ଜୟରାମ ହାଇସ୍କୁଲ ୧୯୭୬ବ୍ୟାଚର ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ମଧୁଦାସଙ୍କ ପୂଣ୍ୟପୀଠ କନ୍ତିଆ ମଠରେ କରିଲୋପାଟଣା ଜୟରାମ ହାଇସ୍କୁଲର ୧୯୭୬ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦୀର୍ଘ ୪୭ବର୍ଷ ପରେ ଗୁରୁପୂଜନ ଓ ବନ୍ଧୁ ମିଳନ ଉତ୍ସବ ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ପର୍ବରେ ଗୁରୁ ମଦନମୋହନ ସାମଲ, ନିଶାମଣୀ ପରିଡା, ଧରଣୀଧର ଷଡଙ୍ଗୀ, ନାରାୟଣ ଚନ୍ଦ୍ର ବିଶ୍ୱାଳ, ବିଜୟ କୁମାର ପ୍ରଧାନ, କାହ୍ନୁଚରଣ ବେହେରା ଓ ଭରତ ଚନ୍ଦ୍ର ଦାସଙ୍କୁ ପୂଜା କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସହଯୋଗ କରିଥିଲେ ତପ୍ତକାଞ୍ଚନ ଦାସ, ଦମୟନ୍ତୀ ମଲ୍ଲ, ରାଜଲକ୍ଷ୍ମୀ ଷଡଙ୍ଗୀ, ଜ୍ୟୋସ୍ନାରାଣୀ ସ୍ୱାଇଁ ଓ ବିଦୁଲତା ସ୍ୱାଇଁ ପ୍ରମୁଖ । ଏଥିରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ନରେଶ ଚନ୍ଦ୍ର ମହାନ୍ତି । ସଞ୍ଜୟ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅରକ୍ଷୀତ ସାମନ୍ତରାୟ, ବେଣୁଧର ମିଶ୍ର, ଅକ୍ଷୟ ଚୈାଧୁରୀ, ଦମୟନ୍ତୀ ମଲ୍ଲ, ହିରଣ୍ୟମୟୀ ମହାନ୍ତି, କୈଳାସ ବାରିକ, ବିନୟ କୁମାର ମହାନ୍ତି, ଅନାଦି ଚନ୍ଦ୍ର ମାହାଳି ପ୍ରମୁଖ ଗୁରୁମାନଙ୍କ ସମ୍ପର୍କରେ ଆଲୋଚନା କରି ଗୁରୁ ବିନା ଜୀବନ ଅନ୍ଧାର, ଗୁରୁହିଁ ମାର୍ଗ ଦର୍ଶକ, ଗୁରୁ ବିନା ନର ନୁହେଁ ଭବୁ ପାର ପ୍ରଭୃତି ବକ୍ତବ୍ୟ ରଖିଥିଲେ । ଗୁରୁମାନଙ୍କ ଶିକ୍ଷା, ସଂସ୍କାର ଓ ନୀତିକୁ ଭୂୟସୀ ପ୍ରଶଂସା କରିଥିଲେ । ୧୨୦ ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଶୋକ, କିଶୋର, ପ୍ରକାଶ, ହେମନ୍ତ, ରାଜୁ, ପ୍ରଶାନ୍ତ, ଶ୍ରୀକାନ୍ତ, କଳ୍ପନା, କବିତା, ବାସନ୍ତୀ, ଭଞ୍ଜ, ଉତ୍ତମ, ବିରାଟ, ମନମୋହନ, ପ୍ରତାପ, ଅଭୟ, ସନ୍ଧ୍ୟାରାଣୀ, ପ୍ରତାପ, ରବି, ଭାବଗ୍ରାହୀ, ନାରଣ, ମେଘନାଦ, ନାରାୟଣ, ଖଗେଶ୍ୱର, ସୁବୋଧ, ଅଭୟ, ରମେଶ, ରବିନ୍ଦ୍ର ପ୍ରମୁଖ ଯୋଗଦେଇ ପୁରୁଣା ଅତୀତର ସ୍ମୃତିଚାରଣ କରିଥିଲେ । ଶେଷରେ ଅମୀୟ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ । ଅଶୋକ ସାମନ୍ତରାୟ, ପ୍ରକାଶ ଚନ୍ଦ୍ର ଜେନା, ହେମନ୍ତ ରାଉତ, ରବି ସାହୁ, ଅଜୟ କୁମାର ଜେନା, ବସନ୍ତ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ