ଜୟଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୬ ତମ ବାର୍ଷିକ ଉତ୍ସବ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସ୍ଥିତ ଜୟଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୬ତମ ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ପାଳିତ ହୋଇଯାଇଛି lଏହି ଉତ୍ସବରେମୁଖ୍ୟ ଅତିଥି -ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ସୁଚିତ୍ରା ପାଣିଗ୍ରାହୀ,, ମୁଖ୍ୟ ବକ୍ତା -ଗଞ୍ଜାମ ଏନ.ଏ. ସି କାର୍ଯ୍ୟନିବାହୀ ଅଧିକାରୀ ଶ୍ରୀମତି ଅପର୍ଣ୍ଣା ଡାଙ୍ଗୁଆ, ସମ୍ମାନୀତ ଅତିଥି ଭାବେ ଏବିଇଓ ବିଜୟ କୁମାର ବେହେରା,ଶିକ୍ଷାବିତ ଗୋପାଳ ବେହେରା, ଦୁର୍ଗା ପ୍ରସାଦ ପଟ୍ଟନାୟକ (ଗୋଖରକୁଦା ବିଦ୍ୟାଳୟ ), ଯୋଗଦେଇଥିଲେ l. ସ୍କୁଲ ପରିଚଳନା କମିଟି ସଭାପତି ବିଷ୍ଣୁ ପ୍ରିୟା ନାହାକ, ପୂର୍ବତନ ସଭାପତି ସୁକାନ୍ତି ନାୟକ , ପ୍ରଶାନ୍ତ କୁମାର ପଲାଇ, ଉପସଭାପତି ବିଷ୍ଣୁ କେଶରୀ ଦାଶ,ଶିକ୍ଷକ ସୋମନାଥ ଦାସ, ଚିତ୍ରୋତ୍ପଳା ନାୟକ, ମଞ୍ଚାସିନ ଥିଲେ l ସଭାପତିତ୍ବ କରିଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିପ୍ର ଚରଣ ସାହୁ l ଏହି ଅବସରରେ ବିଦ୍ୟାଳୟର କ୍ଲାସ ଟପ୍ପର, ବିଭିନ୍ନ ଖେଳ ପ୍ରତିଯୋଗିତା କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ କପ ଦେଇ ପୁରସ୍କୃତ କରିଥିଲେ ଅତିଥି ମାନେ l ଶେଷରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ