ଜୟେଶଭାଇ ଜୋରଦାର୍’ରେ ନଜର ଆସିବେ ରଣବୀର
ବଲିଉଡ୍ ଫିଲ୍ମ “୮୩’ ପରେ ଅଭିନେତା ରଣବୀର ସିଂହ ଖୁବ୍ଶୀଘ୍ର “ଜୟେଶଭାଇ ଜୋରଦାର’ରେ ନଜର ଆସିବେ । ଏଥିପାଇଁ ସେ ଏବେଠୁ ସଜବାଜ ଆରମ୍ଭ କଲେଣି । ଇନ୍ଷ୍ଟାଗ୍ରାମରେ ରଣବୀର ବିନା ନିଶ ଥିବା ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଏହା ତାଙ୍କର ଆଗାମୀ ଫିଲ୍ମର ଲୁକ୍ ବୋଲି କୁହାଯାଉଛି । ଏହି ଫଟୋ ପୋଷ୍ଟ କରିବା ସହ ସେ ନିଜକୁ ଏ ଚିକନା ବୋଲି କହିଛନ୍ତି । ୟଶରାଜ ଫିଲ୍ମ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ ହେଉଛି । ନିର୍ମାଣ ଦାୟିତ୍ୱରେ ରହିଛନ୍ତି ଦିବ୍ୟାଙ୍ଗ ଠକ୍କର । ଏହି ଫିଲ୍ମ ପାଇଁ ରଣବୀର ନିଜ ଗୁଜୁରାଟୀ ବନ୍ଧୁଙ୍କ ସହ ସାକ୍ଷାତ କରିବା ସହ ଗୁଜୁରାଟି ଷ୍ଟାଇଲରେ ହିନ୍ଦୀ କହିବାକୁ ଚେଷ୍ଟା କରୁଛନ୍ତି । ତେବେ ଏହି ଫିଲ୍ମ କେତେ ସଫଳ ହେଉଛି ତାହା ରିଲିଜ୍ ପରେ ଆଗକୁ ଜଣାପଡ଼ିବ ।


