ଜୟ ନାରାୟଣ ମିଶ୍ରନଙ୍କୁ ଶୁଭେଚ୍ଛା ଜଣାଇଲେ29

ବ୍ରହ୍ମପୁର, , (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଭାବେ ଜୟ ନାରାୟଣ ମିଶ୍ରଙ୍କ ନାମ ଭାରତୀୟ ଜନତା ପାର୍ଟିର ସମସ୍ତ ବିଧାୟକଙ୍କ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି,ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଉପସ୍ଥିତିରେ ବିଜେପି ଓଡ଼ିଶା ଦାୟୀତ୍ୱରେ ଥିବା ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ବିରୋଧୀ ଦଳ ନେତା ଭାବେ ଜୟ ନାରାୟଣ ମିଶ୍ରଙ୍କ ନାମ ଘୋଷଣା କରିଥିଲେ । ସମ୍ୱଲପୁର ବିଧାନସଭା ଆସନରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ପୂର୍ବରୁ ରାଜ୍ୟରେ ମେଣ୍ଟ ସରକାର ଅମଳରେ ବାଣିଜ୍ୟ ଏବଂ ପରିବହନ ବିଭାଗର ମନ୍ତ୍ରୀ ଭାବେ ସୁଚାରୁ ରୂପେ ଦାୟୀତ୍ୱ ତୁଲାଇଥିଲେ । ଦୀର୍ଘ ଦୁଇ ବର୍ଷ ହେଲା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାରୁ ତାଙ୍କ ସ୍ଥାନରେ ନୂତନ ବିରୋଧୀ ଦଳ ନେତା ଭାବେ ମିଶ୍ରଙ୍କ ନାମ ଘୋଷଣା କରାଯାଇଛି । ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ନେତା ଭାବେ ସେ ରାଜ୍ୟ ବାସୀଙ୍କ ସମସ୍ୟାକୁ ଯୁକ୍ତିଯୁକ୍ତ ଭାବେ ଉପସ୍ଥାପନା କରିବେ ବୋଲି ଜିଲ୍ଲା ନେତୃବୢନ୍ଦ ଆଶା ଓ ବିଶ୍ୱାସ କରିଛନ୍ତି । ନୂତନ ବିରୋଧୀ ଦଳ ନେତା ଭାବେ ଦାୟୀତ୍ୱ ନେଇଥିବା ବିଜେପିର ବରିଷ୍ଠ ଓ ଟାଣୁଆ ନେତା ଜୟ ନାରାୟଣ ମିଶ୍ରଙ୍କୁ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାନସଭାର ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି, ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ସରୋଜ ସାବତ, ମନୋଜ ପଟନାୟକ, ରାମ କୁମାର ପାତ୍ର, ପ୍ରଭାତ କିରଣ ଷଡ଼ଙ୍ଗୀ, ଏନ୍. ରାଜେନ୍ଦ୍ର କୁମାର, ସୁନିଲ କୁମାର ସାହୁ, ସିଦ୍ଧାନ୍ତ ଗଙ୍ଗଦେବ, ମଦନ ମୋହନ ପାତ୍ର, କର୍ପୋରେଟର ପ୍ରଦୀପ ସତପଥି, ଡ଼ି. କରୁଣାକର, ନୀଳକଣ୍ଠ ସାହୁ, ରଞ୍ଜିତା ବେହେରା, ବନିତା ସାହୁ,ସାବିତ୍ରୀ ନାୟକ, ବାଳକୃଷ୍ଣ ସାମନ୍ତରା, ସୁଶିଳା ମଲ୍ଲିକ, ଡ଼ା.ଅମୁଲ୍ୟ ଚୌଧୁରୀ, ସରୋଜ ପାତ୍ର, ବିନାୟକ ରଥ, ଶିବ ଶଙ୍କର ନାୟକ, ଭାବଗ୍ରାହୀ ପାଳ, ସିଏଚ୍. ଆପନା, ଶିବ ଶଙ୍କର ଶତପଥି, ପ୍ରଦୀପ ମିଶ୍ର, ସୁବ୍ରତ ପାଳ, ଶଙ୍କର ପ୍ରସାଦ ମହାରଣା, କେ.ଟୁଙ୍ଗୁରୁ ପାତ୍ର, ସୁମନ ଶତପଥି, ଜି. ରାଜେନ୍ଦ୍ର ପ୍ରଶାଦ, ସୂର୍ଯ୍ୟ ନାହାକ, ବର୍ଷା ବିଦ୍ୟୁସ୍ମିତା, ନିବେଦିତା ପାଢ଼ୀ, ମନୋଜ ସେଠୀ,ପ୍ରମୋଦ ମଣ୍ଡଳ, ଅଭିମନ୍ୟୁ ସାହୁ ପ୍ରମୁଖ ନେତା ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ