ଜୟ ଯବାନ ଜୟ କିଷାନ କ୍ଲବ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ତିର୍ତ୍ତୋଲ (ଓ୍ୱାଇଏନ୍‌ଏସ୍‌): ପରିବେଶ ସୁରକ୍ଷା ଜୀବନ ରକ୍ଷା ର ବାର୍ତ୍ତା ଦେଇ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତ ଧୂଆଁପାରୀ ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଜବାନ ଜୟ କିଷାନ କ୍ଲବ ତରଫରୁ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ଲବର ସଭ୍ୟମାନଙ୍କ ଦ୍ୱାରା ରାସ୍ତା, ନର୍ଦ୍ଦମା ସଫେଇ ସହ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ, ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଅଁରା ସରପଞ୍ଚ ବିଭୂତି ଭୂଷଣ ଦାଶ,ବିଜୁ ଯୁବ ବାହିନୀ ସଭାପତି ପ୍ରଭୂପ୍ରସାଦ ଦାଶ,ଜୟ ଯବାନ ଜୟ କିଷାନ କ୍ଲବର ସଭାପତି କାଳନ୍ଦୀ ଦାଶ,ସମ୍ପାଦକ ପ୍ରିତିରଂଜନ ରାଉତ,କୋଷାଧକ୍ଷ ଚିତ୍ତରଂଜନ ସାହୁ,ସଭ୍ୟ ଦିବ୍ୟଜୀବନ ଦାଶ,ପ୍ରଶାନ୍ତ ନାୟକ,ମନୋଜ ନାୟକ,ବିଭୂତି ମଲ୍ଲିକ,ନଳିନୀ ସିଂ,ଅଜିତ ସିଂ,ବିଜୟ ମଲ୍ଲିକ,ୟସ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ