ଜୟ ହନୁମାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ରେଳ ଷ୍ଟେସନ ପଡିଆରେ ଜୟ ହନୁମାନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି | ଏଥିରେ ମୁଖ୍ୟଅତିଥି ଭାବେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଯୋଗଦେଇ ଉଦ୍ଘାଟନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପାରଳା-ଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୁ, ପ୍ରଫେସର ମାରୁତ ପାଳ, ଆଡଭୋକେଟ୍ ଅରୁଣ ପରିଡା, ବିଜୟ ପ୍ରଧାନ ଏବଂ ଗଜପତି କ୍ରିକେଟ ଏକାଡେମୀ ର ସମ୍ପାଦକ ଦେବଶିଷ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟ ବାର ଦିନିଆ ଧରି ଚାଲିବାକୁ ଥିବା ବେଳେ ଏଥିରେ ମୋଟ ୨୬ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି | ଫାଇନାଲରେ ବିଜେତାଙ୍କୁ ୨୧ହଜାର ଟଙ୍କା ନଗଦ ରାଶି ଏବଂ ଆକର୍ଷଣୀୟ ପୁରସ୍କାର ସହ ପ୍ରମାଣପତ୍ର ଦିଆ ଯିବ | ସେହିପରି ରନର୍ସଅପକୁ ୧୨ହଜାର ଟଙ୍କା ନଗଦ ରାଶି ପ୍ରଦାନ କରାଯିବା ସହ ଟ୍ରଫି, ପ୍ରମାଣପତ୍ର ଆଦି ଦିଆଯିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ | ଟୁର୍ଣ୍ଣାମେଣ୍ଟ ପରିଚାଳନା ପାଇଁ ଆୟୋଜକଙ୍କ ଉଦ୍ୟମକୁ ଡ. ତିରୁପତି ପାଣିଗ୍ରାହୀ ତାଙ୍କ ସଂକ୍ଷିପ୍ତ ଅଭିଭାଷଣରେ ପ୍ରଶଂସା କରିଥିବା ବେଳେ ଖେଳାଳିମାନଙ୍କୁ ଅନୁଶାସନ ଏବଂ ନିଷ୍ଠା ସହିତ ଖେଳିବାକୁ ପରାମର୍ଶ ଦେଇଥିଲେ |


