ନୂତନ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଭାବେ ଡ. ସୁଶାନ୍ତ ରଞ୍ଜନ ଦାଶଙ୍କ ଦାୟିତ୍ୱ ଗ୍ରହଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲୁା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନୂତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଭାବେ ଡ. ସୁଶାନ୍ତ ରଞ୍ଜନ ଦାଶ ଆଜି ଦାୟିତ୍ବ ଗ୍ରହଣ କରିଥିବାର ଜଣାପଡିଛି । ସହକାରୀ କୃଷି ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର ପୁଷ୍ପଗୁଛ ଦେଇ ସ୍ଵାଗତ କରିଥିବା ବେଳେ ଏହାପରେ କାର୍ଯ୍ୟାଳୟର ଇଂଜିନିୟର ଶୁଭଶ୍ରୀ ପ୍ରିୟଦର୍ଶନୀ, ବରିଷ୍ଠ କିରାଣୀ ପ୍ରସନ୍ନ କୁମାର ପଣ୍ତା, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ବେହେରା, କନିଷ୍ଠ କିରାଣୀ ସଂଯୁକ୍ତା ପାଢ଼ୀ, ସୁଶାନ୍ତ ମହାପାତ୍ର, ମାଧବ ରଇତ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ଜଣାଇଥିଲେ । ପ୍ରକାଶଥାଉକି ଏଠାରେ ପୂର୍ବରୁ କାର୍ଯ୍ୟରତ ଥିବା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ କେ.ସୁଦର୍ଶନ ପଦନ୍ନୋତି ପାଇ ଭୁବନେଶ୍ଵର ବଦଳି ହୋଇଯାଇଥିଲା । ଏହାପରେ ଏହି ପଦବୀ ଖାଲି ପଡିଥିଲା ।


