ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସାରସକଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଯାତ୍ରୀ ନିବାସ ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସାରସକଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଜେଏମ ଏମନେତା ଦୁବରାଜ ନାଗ ସଭାପତିତ୍ବ କରିଥିଲେ ।ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାନେତ୍ରୀ ଅଂଜନି ସୋରେନ,ପବନ କୁମାର,ଅମିତ ଶର୍ମା, ଜିଲ୍ଲାପରିଷଦ ସଦସ୍ୟା ମୀନା ସୋରେନ,ସୁନିଲ ମାଝୀ,ସନାତନ ମୁଣ୍ଡା, ମଧୁ ସୂଦନ ସାହୁ, ସେକ୍ ଅବଦୁଲ ମାନାନ,ସନ୍ତୋଷ କୁମାର ମୁର୍ମୁ, ଭାଗମାତ ହାଁସଦା, ଆଦରାଣୀ ମାଝୀ, ମନୋଜ ବାରିକ ପ୍ରମୁଖ ମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦଳରୁ ୧୫୦ ରୁ ଉର୍ଦ୍ଧ୍ବ ଯୁବ, ମହିଳା ଅଂଜନି ସୋରେନଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚାରେ ସାମିଲ ହୋଇଥିଲେ । ମୁଖ୍ୟ ଅତିଥି ରାଜ୍ୟ ସଭାନେତ୍ରୀ କହିଥିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ଓଡ଼ିଶାର ଆଦିବାସୀ, ଦଳିତ, ମହିଳା, ଯୁବକ, କୃଷକ ଏବଂ ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ଲଢିବା ସହ ଅଂଚଳର ବିକାଶ ପାଇଁ ଲଢିବ । ମା, ମାଟି ମାନୁଷ ପାଇଁ ଲଢିବ । ଦଳର ନୂତନ ସଭ୍ୟ/ସଭ୍ୟାମାନଙ୍କୁ ନେତୃବୃନ୍ଦ ଉତ୍ତରୀୟ,ଦଳୀୟ ଫଟୋ ଦିଆଯାଇ ସମ୍ବର୍ଦ୍ଧିତ କରିଥିଲେ । ଦଳକୁ ମଜଭୁତ ଓ ସୁଦୃଢ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ