ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟାଳୟରେ ଗୁଣ୍ଡୁରିଆ ସହିଦ ଦିବସ ନେଇ ପ୍ରସ୍ତୁତି ବୈଠକ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁରରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟାଳୟରେ ଆଗାମୀ ଫେବୃୟାରୀ ଛଅ ତାରିଖରେ ଐତିହାସିକ ଗୁଣ୍ଡୁରିଆ ସହିଦ ଦିବସ ନେଇ ଏକ ଜରୁରୀ ବୈଠକ ହୋଇଯାଇଛି ଏଥିରେ ରାଜ୍ୟ ସଭାପତି ଅଂଜଳି ସୋରେନ,ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ,ରାଜ୍ୟ ଉପ ସଭାପତି ଦିଲ୍ଲିପ ଦାସ,ରାଜ୍ୟ ମୁଖପାତ୍ର ସୁନିଲ ମାଝୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ହେମ୍ବ୍ରମ୍ ,ସରୋଜିନୀ ହେମ୍ବ୍ରମ୍,ଦାରାସିଂ ମୁଣ୍ଡା,ପଶ୍ଚିମ ମୟୂରଭଂଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା, ପୂର୍ବ ମୟୂରଭଂଜ ଜିଲ୍ଲା ସଭାପତି ରାମେଶ୍ବର କିସ୍କୁ,ମୟୂରଭଂଜ ଜିଲ୍ଲା ସଂଖ୍ୟାଲଘୁ ସମ୍ପ୍ରଦାୟ ସଭାପତି ଏସ୍ କେ ଅନୱର ହୁସେନ୍,ମୟୂରଭଂଜ ଜିଲ୍ଲା ମହିଳା ମୋର୍ଚା ସଭାପତି ରାଧାରାଣୀ ବେସ୍ରା,ମୟୂରଭଂଜ ଜିଲ୍ଲା ଛାତ୍ର ମୋର୍ଚା ସଭାପତି ମୁନାରାମ ନାଏକ,ପଶ୍ଚିମ ମୟୂରଭଂଜ ଜିଲ୍ଲା ସଂପାଦକ ଏସ୍ କେ ମାନାନ୍,ପୂର୍ବ ମୟୂରଭଂଜ ଜିଲ୍ଲା ସଂପାଦକ ପୁଥୂରାଜ ହାଁସଦାଃ ଓ ମୟୂରଭଂଜ ଜିଲ୍ଲା ମୁଖପାତ୍ର ସନ୍ତୋଷ କୁମାର ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ ଗୁଣ୍ଡୁରିଆ ସହିଦ ଦିବସ February 6 କୁ ପାଳନ କରାଯିବ ,ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ପୁଣି ମୟୂରଭଂଜ ଜିଲ୍ଲାରେ ଶିକ୍ଷା,ସ୍ବାସ୍ଥ୍ୟ ଓ ଗମନାଗମନ ଅନ୍ୟ ରାଜ୍ୟ ତୁଳନାରେ ପଛରେ ରହିଛି ,ଏଣୁ ଆମେ ସମସ୍ତେ ଏକଜୁଟ ହୋଇ ଏହାର କିପରି ଉପଯୁକ୍ତ ସମାଧାନ କରାଯାଇପାରିବ ସେ ବିଷୟରେ ତର୍ଜମା କରିଥିଲେ ରାଇରଙ୍ଗପୁର ସହର ସମେତ ଉପଖଣ୍ଡର ସମସ୍ତ ବ୍ଲକ୍ ରୁ କିପରି ଗୁଣ୍ଡୁରିଆ ସହିଦ ଦିବସରେ ହଜାର ହଜାର ଆଦିବାସୀ ସାମିଲ ହୋଇପାରିବେ ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ ସମସ୍ତଙ୍କୁ ନିବେଦନ କରିଥିଲେ ଶେଷରେ ପଶ୍ଚିମ ମୟୂରଭଂଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା ଧନ୍ୟବାଦ ଦେଇଥିଲେ ।


