ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତରଫରୁ ଗୁରୁତର ଆରୋପ : ଝାମୁମୋ ତରଫରୁ ଶୋଭାଯାତ୍ରା : ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ପଡୋଶୀ ଝାଡଖଣ୍ଡ ରାଜ୍ୟରେ ଝାଡ଼ଖଣ୍ଡ ରାଜ୍ୟର ଝାମୁମୋ ଗଠବନ୍ଧନ ହେମନ୍ତ ସୋରେନଙ୍କ ସରକାରକୁ କେନ୍ଦ୍ର ବିଜେପି ସରକାର ଅସ୍ଥିରତା ସୃଷ୍ଟି କରିବା, ଇଡି ଓ ସିବିଆଇର ଦୂରୁପଯୋଗ କରିବା ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଦଳ ତରଫରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତରଫରୁ କେନ୍ଦ୍ର ସରକାରଙ୍କ ସାଂବିଧାନ ବିରୋଧୀ ନୀତି ନେଇ ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ ବୁଧବାର ଅପରାହ୍ନରେ କରାଯାଇଛି । ଏଥିରେ କେନ୍ଦ୍ରୀୟ କମିଟି ନିର୍ଦେଶ କ୍ରମେ ବରିଷ୍ଠ ଝାମୁମୋନେତା ନସନାତନ ମୁଣ୍ଡାଙ୍କ ନେତୃତ୍ବରେ ନେଇଥିଲେ । କେନ୍ଦ୍ର ସରକାରଙ୍କ ଫାଶୀବାଦ ଓ ଏକଛତ୍ରବାଦ ନୀତିର ବିରୁଦ୍ଧରେ ତିବ୍ର ଭର୍ତ୍ସନା କରିଥିଲେ । କାର୍ଯ୍ୟକ୍ରମରେ ସେକ ଅବଦୁଲ ମନାନ, ମନୋଜ ବାରିକ, କାଳୀଚରଣ ଟୁଡୁ, ଘନଶ୍ୟାମ ପିଙ୍ଗୁଆ, ଭାଗବତ ମାଝୀ, ଉଦୟ ମାଝୀ, ଭୁବନ ଟୁଡୁ, ବ୍ରଜ ଗୋପାଲ ନାଏକ, ବିଭୀଷଣ ପାତ୍ର ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ I


