ଝାରଖଣ୍ଡ ସୀମାନ୍ତ ଅଞ୍ଚଳରେ ପ୍ୟାଟ୍ରଲିଂ ଝରାଡିହି ସରପଞ୍ଚଙ୍କ ସହଯୋଗ

ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲା ତିରିଂଥାନା ଓ ଝରାଡିହି ଫାଣ୍ଡି ପୋଲିସ କରୋନା ଭୂତାଣୁର ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ କଡାକଡି ଭାବେ ଯେପରି ସାଧାରଣ ଜନତା ପାଳନ କରିବେ ସେନେଇ ବିଭିନ୍ନ ଛୋକ ସ୍ଥାନ ଗୁଡିକରେ ପହରା ଦେବା ସହ ଛୋକ,ବଜାର ତଥା ଗ୍ରାମାଞ୍ଛଳ ଗୁଡିକରେ ପ୍ୟାଟ୍ରଲିଂ କରାଯାଇ କଟକଣାକୁ ଅଣଦେଖା କରୁଥିବା ଅମାନିଆ ବ୍ୟକ୍ତିଙ୍କୁ ଲାଠି ମାଡ ଦ୍ବାରା ସାବାଡ କରାଯାଉଥିବା ଦେଖିବାକୁ ମିଳିଛି।ଫଳରେ କଟକଣାର ସପ୍ତାହେ ପରେ ସମଗ୍ର ଅଞ୍ଚଳରେ ଜନସୁନ୍ୟ ଖାଁଖାଁ ଅବସ୍ଥା ଦେଖିବାକୁ ମିଳୁଛି।ମୂଖ୍ୟରାସ୍ତା ସହିତ ଗାଁଗଣ୍ଡା ମାନଙ୍କରେ ମଧ୍ୟ ପ୍ୟାଟ୍ରୋଲିଂ କରାଯାଇ ଗ୍ରାମ ମଧ୍ୟରେ ତାସ ଖେଳ,ଭଲିବଲ ଖେଳ,କ୍ରିକେଟ ଖେଳ ସହ ମଦ,ହାଣ୍ଡିଆ ଭାଟି ଗୁଡିକରେ ଭିଡ ଜମାଉଥିବା ଲୋକଙ୍କୁ ଲାଠିମାଡ ଦେଇ ଛତ୍ରଭଙ୍ଗ କରାଯାଇ ଥିବାରୁ ବର୍ତ୍ତମାନ ଅମାନିଆ ଲୋକେ ପଦାକୁ ବାହାରୁନଥିବା ଦେଖିବାକୁ ମିଳୁଛି।ତିରିଂଥାନା ଅଧିକାରୀଣୀ ହୀରାଫେଣା ହାଁସଦା’ଙ୍କ ନେତୃତ୍ବରେ ତିରିଂଥାନା ପୋଲିସ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରାଯାଇ ଚଢଉ କରାଯାଉଥିବା ବେଳେ ଝରାଡିହି ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି ସିମିତ ଷ୍ଟାଫ୍\’ଙ୍କୁ ନେଇ କଟକଣା ବଳବତ୍ତର ରଖିବାକୁ ପ୍ରୟାସ ଜାରି ରଖିଛନ୍ତି।ଫାଣ୍ଡି ଅଧିକାରୀ’ଙ୍କ ସହିତ ଝରାଡିହି ସରପଞ୍ଚ ମହେନ୍ଦ୍ର ସର୍ଦ୍ଧାର ବାଇକଯୋଗେ ବିଭିନ୍ନ ଛୋକ,ବଜାର,ହାଟ ଓ ଝାରଖଣ୍ଡ ସୀମାନ୍ତ ବର୍ଡର ଇତ୍ୟାଦି ସ୍ଥାନକୁ ପାଟ୍ରୋଲିଂରେ ବାହାରି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି।ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକୁ ସଂପାଦିତ କରିବା ସହିତ ମାନସିକ ଚାପରେ ଥିବା ପୋଲିସ ଅଧିକାରୀ’ଙ୍କୁ ଉତ୍ସାହିତ କରିବା ସହିତ ନିଜେ ପାଟ୍ରୋଲିଂରେ ବାହାରିବା ନିହାତି ପ୍ରଶଂସନୀୟ।ତେବେ ଏହି ଘଡିସନ୍ଧି ମୁହୁର୍ତ୍ତରେ ନିହାତି ଜରୁରୀ କାର‌୍ୟ୍ୟରେ ବାହାରୁଥିବା ଲୋକଙ୍କ ଉପରେ ଆଖିବୁଜା ବଳପ୍ରୟୋଗ ନକରି ଟିକିଏ ସଂଯୋମତା ରକ୍ଷାକରାଯାଇ ଅମାନୀଆ ଲୋକଙ୍କୁ ସାବାଡ କରାଯିବାକୁ ପ୍ରୟାସ କରାଯିବା ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ