ଝିଅ ବିଦା ବେଳେ କାହିଁକି ଫୋପଡ଼ାଯାଏ ଚାଉଳ?ଗରିବ ପିଲାଙ୍କ ପାଇଁ ରାକ୍ଷସ ବେଶରେ ସଜେଇହୁଅନ୍ତି

ବିବାହ ସମୟରେ ଭାରତରେ ଅନେକ ପରମ୍ପରା ପାଳିତ ହୋଇଥାଏ । ବିବାହରେ ଝିଅ ବିଦା ସମୟରେ ଚାଉଳରେ ହଳଦି ମିଶାଇ ଫୋପାଡ଼ିବା ପରମ୍ପରା ସମ୍ପନ୍ନ ହୋଇଥାଏ । ଏହା ଦ୍ୱାରା ନବଦମ୍ପତିଙ୍କ ଜୀବନରେ ଖୁସି ଆସିଥାଏ ବୋଲି ବିଶ୍ୱାସ ରହିଛି । ଏପରି କଲେ ନବଦମ୍ପତିଙ୍କର ସନ୍ତାନ ପ୍ରାପ୍ତି ହେବା ସହ ସୌଭାଗ୍ୟ ମିଳିଥାଏ । ତେବେ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ଦୁହିତା ଦୁଇ କୁଳକୁ ହିତା । ଝିଅ ବିଦା ହୋଇ ନୂଆ ଘରକୁ ଯାଇ ସଂସାର ଆରମ୍ଭ ପୂର୍ବରୁ ଏପରି କରି ବାପଘର ମୋହ ତ୍ୟାଗ କରିଥାଏ । ଏହାଦ୍ୱାରା ନିଜ ନୂଆ ସଂସାରରେ ଏକନିଷ୍ଠ ଭାବେ କର୍ତ୍ତବ୍ୟ ପାଳନ କରିପାରେ । ଏହି ପରମ୍ପରା ଅତି ପ୍ରାଚୀନ କାଳରୁ ଭାରତୀୟ ସଭ୍ୟତା ସହ ଜଡ଼ିତ ହୋଇ ରହିଛି । ବିଦେଶରେ ମଧ୍ୟ କେତେକ ସ୍ଥାନରେ ଏପରି ପରମ୍ପରା ପାଳିତ ହୋଇଥାଏ । ଫ୍ରାନ୍ସରେ ଝିଅ ବିବାହ ପରେ ଚାଉଳ ସହ ଗହମ ମିଶାଇ ଫିଙ୍ଗାଯାଏ । ଏହା ଦ୍ୱାରା ଭବିଷ୍ୟତ ଜୀବନ ମଙ୍ଗଳମୟ ହୁଏ ବୋଲି ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ