ସାପ ବିଷ ଏକ ମିଲିଲିଟରକୁ ୫୦ ହଜାର

ସାଧାରଣତଃ ସାପକୁ ଅନେକ ଭୟ କରନ୍ତି । ତେବେ ଚାଇନାର ଜିସିକିୟାଓ ଗାଁରେ ସାପ ପାଳନ କରାଯାଏ । ଏହାକୁ ଏକ ଲାଭଜନକ ବ୍ୟବସାୟ ଭାବେ ଏଠାରେ ଗ୍ରହଣ କରାଯାଇଛି । ପ୍ରତିବର୍ଷ ଏହି ଗାଁରେ ୩୦ ଲକ୍ଷ ବିଭିନ୍ନ ବିଷଧର ପ୍ରଜାତିର ସାପ ପାଳନ କରାଯାଏ । ଗାଁ ବାସିନ୍ଦା କୌଣସି ବିଷଧର ପ୍ରଜାତି ସାପକୁ ଭୟ କରୁ ନ ଥିବାବେଳେ ଫାଇବ୍ ଷ୍ଟେପ୍ ନାମକ ସାପକୁ ଡରନ୍ତି । ଏହି ସାପ କାମୁଡ଼ିଲେ ୫ ପାଦ ଚାଲିବା ଭିତରେ ହିଁ ମୃତ୍ୟୁ ଘଟିଥାଏ । ଏଠାରେ ସାପ ବିଷରୁ ବିଭିନ୍ନ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ ହୋଇଥାଏ । ଏହା ସହିତ ଚାଇନାରେ ସାପ ରକ୍ତ ବ୍ୟବସାୟ ବେଶ୍ ଲାଭଜନକ । ଏହାର କାରବାର ପ୍ରତିଦିନ ସଂଧ୍ୟାରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ହୋଇଥାଏ । ସାପ ରକ୍ତ ପିଇଲେ ଶକ୍ତି ବୃଦ୍ଧିପାଏ ବୋଲି ଏଠାରେ ରହିଛି ବିଶ୍ୱାସ । ୫ ମିଲିଲିଟର ସାପ ରକ୍ତ ବଦଳରେ ଗ୍ରାହକଙ୍କୁ ଦେବାକୁ ପଡ଼ିଥାଏ ୫୦ ହଜାର ଟଙ୍କା । ଗୋଟିଏ ଗୋଟିଏ ରାତିରେ ସାପ ରକ୍ତ ବିକ୍ରି ହେଉଥିବା ଦୋକାନରେ ୨ କୋଟିରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ