ଝିଅ ମୁଣ୍ଡରେ ଛେପ ପକାନ୍ତି ବାପା

ବିଶ୍ୱରେ ଏମିତି ଅନେକ ଜନଜାତି ରହିଛନ୍ତି, ଯେଉଁର୍ମାନେ କି ନିଜର ନିଆରା ପରମ୍ପରା ପାଇଁର୍ ବେଶ୍ ଜଣାଶୁଣା । ଏମିତି ଏକ ଜନଜାତି ରହିଛନ୍ତି କେନିଆ ଓ ତାଞ୍ଜାନିଆଠାରେ । ଏମାନଙ୍କୁ ମସାଇ ଜନଜାତି ନାମରେ ଜଣାଯାଏ । ମସାଇ ଜନଜାତିରେ ବିବାହ କାଳରେ ଝିଅ ମୁଣ୍ଡରେ ବାପ ଛେପ ପକାଇବା ଭଳି ପରମ୍ପରା ରହିଆସିଛି । ଏହା ସେମାନଙ୍କର ଝିଅକୁ ଆଶୀର୍ବାଦ ଦେବାର ଏକ ତରିକା । ଖାଲିି ସେତିକି ନୁହେଁ ବିବାହ ପରେ ଝିଅ ବାପଘର ଛାଡ଼ିବା ପରେ ଆଉ କେବେ ବାପ ଘର ଆସେନା । କାରଣ ବାପଘରକୁ ଆସିଲେ ଝିଅ ପଥର ହୋଇଯାଏ ବୋଲି ଏକ ପୁରାତନ କଥା ରହିଆସିଛି । ଏହି ଝିଅ ଶାଶୂ ଘରେ ପହଞ୍ôଚଲା ପରେ ତାର ବ୍ୟାଡ୍ଲକ୍କୁ ଦୂର କରିବା ପାଇଁ ତାକୁ ବହୁତ ନିର୍ଯାତନା ଦିଆଯାଏ । ବିବାହ କାଳରେ ଏହି ଜନଜାତିର ଲୋକମାନେ ବାଡି ଧରି ନାଚନ୍ତି । ମସାଇ ଜନଜାତିର ଲୋକମାନେ ଲାଲ ରଙ୍ଗର ପୋଷାକ ପିନ୍ଧନ୍ତି । ଏଠାରେ ଲୋକମାନେ ମରିବା ପରେ ତା’କୁ ପୋଡ଼ିବା ବା ପୋତିବା ବଦଳରେ ଖୋଲା ଆକାଶ ତଳେ ରଖାଯାଏ । ସେମାନେ ଭାବନ୍ତି ଏହି ଶବକୁ ପୋତିବା ଦ୍ୱାରା ଭୂମି ଅପରିଷ୍କାର ହୁଏ । ଏହି ଜନଜାତିର ଲୋକମାନେ ପଶୁମାନଙ୍କର ରକ୍ତ ପିଅନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ