ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ
ନିମାପଡ଼ା, (ସନ୍ତୋଷ ଦାଶ): ବାତ୍ୟା ଦାନା ଉପକୂଳ ଅତିକ୍ରମ କରିବା ପରେ ପୁରୀ ଜିଲ୍ଲା ର ନିମାପଡ଼ା, କାକଟପୁର,ଗୋପ,ଅସ୍ତରଙ୍ଗ ଅଞ୍ଚଳ ରେ ଶୁକ୍ରବାର ସକାଳ ଠାରୁ ଝିପି ଝିପି ବର୍ଷା ସାଙ୍ଗକୁ ପାଗ କୋହଲା ରହିଛି। ବାତ୍ୟା ଆଶଙ୍କାରେ ବିଭିନ୍ନ ସ୍ଥାନ ରେ ଦୋକାନ ବଜାର ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ବାତ୍ୟା ଦାନା ପ୍ରଭାବ ରେ ଏହି ଅଞ୍ଚଳ ରେ ସେମିତି ବଡ଼ ଧରଣର କୌଣସି କ୍ଷୟକ୍ଷତି ହୋଇ ନ ଥିବାରୁ ଲୋକ ମାନେ ଆଶ୍ୱସ୍ତି ଲାଭ କରିଛନ୍ତି। କେତେକ ସ୍ଥାନ ରେ ଧାନ ଗଛ ସବୁ ପବନ ମାଡ଼ରେ ଶୋଇପଡ଼ିଛି। ଧାନ ଫସଲ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ଚାଷୀ ମାନେ କହିଛନ୍ତି। କିଛି ସ୍ଥାନ ରେ ବାତ୍ୟା ପବନ ରେ କିଛି ଗଛ ଉପୁଡ଼ି ଯାଇଥିବା ଓ ଭାଙ୍ଗି ଯାଇ ଥିବାରୁ ସ୍ଥାନୀୟ ଲୋକମାନେ ଗଛ କାଟି ବାଟ ପରିଷ୍କାର କରି ଦେଇଛନ୍ତି।