ଝୁଲନ୍ତା ଅବସ୍ଥାରେ ନବ ବଧୂ ଙ୍କ ମୃତ ଶରୀର ଉଦ୍ଧାର ହତ୍ୟା ଅଭିଯୋଗ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ସୋରଡ଼ା ଥାନା ଅନ୍ତର୍ଗତ ଅମୃତୁଲୁ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି l ସେହି ଗ୍ରାମର ଏକ ବନ୍ଦ ଘରେ ମୃତ ନବ ବଧୂ ର ବେକ ରେ ରଶି ଲାଗି ଝୁଲୁ ଥିବାର ଦେଖିବାକୁ ମିଳିଥିଲା l ମୃତ ନବ ବଧୂ ଙ୍କର ନାମ ମିନତୀ ସ୍ୱାଇଁ ଏବଂ ତାଙ୍କ ବାପା ଘର ସୋରଡ଼ା ବ୍ଲକ ବଡ଼ ବଦାଙ୍ଗି ଗ୍ରାମରେ ବୋଲି ଜଣାପଡିଛି l ସୂଚନାମୁତାବକ ଗତ ଦେଢ଼ ବର୍ଷ ତଳେ ମିନତୀ ଅମୃତୁଲୁ ଗ୍ରାମର ମିଥୁନ ସ୍ୱାଇଁ ଙ୍କୁ ବିବାହ କରିଥିଲେ କିନ୍ତୁ ଉଭୟ ଙ୍କ ଭିତରେ କୌଣସି କାରଣକୁ ନେଇ ସବୁବେଳେ କଳି ଝଗଡା ଲାଗି ରହୁଥିଲା l ଆଜି ମଧ୍ୟ ଉଭୟ ଙ୍କ ଭିତରେ କୌଣସି କାରଣ କୁ ଝଗଡା ହୋଇ ଥିବାରୁ ମିଥୁନ ବାହାରକୁ ଚାଲିଯାଇଥିଲେ, ଘରେ କେହି ନଥିବା ବେଳେ ମିନତୀ ନିଜର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ମିଥୁନ ଥାନା ରେ ଖବର ଦେଇଥିଲେ l ପୋଲିସ ଖବର ପାଇବାପରେ ଘଟଣାସ୍ଥଳରେ ପହଂଚି ଝୁଲନ୍ତା ଅବସ୍ଥାରେ ମୃତ ନବ ବଧୂ ର ଶରୀର କୁ ଉଦ୍ଧାର କରି, ଶବବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି l ଅନ୍ୟ ପଟେ ମିନତୀ ର ସ୍ୱାମୀ ଓ ଶଶୁର ଘର ଲୋକେ ତାଙ୍କୁ ହତ୍ୟା କରିଥିବା ନେଇ, ମିନତୀ ର ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି l ପୋଲିସ ଏହି ଘଟଣା ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହିତ ଘଟଣା ର ତଦନ୍ତ କରୁଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ