ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ଭଂଜନଗର ଥାନା ଅନ୍ତର୍ଗତ ଚାକୁଣ୍ଡାପଲି ଗ୍ରାମ ନିକଟରେ ଥିବା ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧ ଜଣକ ପରିଚୟ ବାଣତୁମ୍ବ ଗ୍ରାମର ଯୁଧିଷ୍ଟିର ସେଠୀ (୬୫) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସଂନ୍ଧ୍ୟାରେ ସ୍ଥାନୀୟ ଲୋକେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଜାରୀ ରଖିଛି । ମାନସିକ ଚାପରେ ବୃଦ୍ଧ ଜଣକ ଆତ୍ମହତ୍ୟା କରିଥିବା ସଂନ୍ଦେହ କରାଯାଉଛି ।