ଝୁଲନ୍ତା ଶବ ଉଦ୍ଧାର

ସୋରଡ଼ା,(ରଜନୀ କାନ୍ତ ମହାପାତ୍ର): ଗଂଜାମ ଜିଲ୍ଲା ସୋରଡ଼ା ଥାନା ଋଷିକୂଲ୍ୟା ମହାବିଦ୍ୟାଳୟ ନିକଟରେ ଥିବା ଏକ ଘରୁ ଝୁଲନ୍ତା ଶବ ଉଦ୍ଧାର କରିଛି ପୋଲିସ।ମୃତକ ଜଣକ ହେଲେ ସୋରଡ଼ା ମଠ ସାହିର ସାଗର ନାୟକ ।ସେ କିଛି ଦିନ ହେଲା ନିଜ ଶଶୁର ଘରେ ରହି ଆସୁଥିଲେ।ହେଲେ ଆଜି ଘର ଭିତରେ ବେକରେ ରଶି ଲଗାଇ ଝୁଲୁ ଥିବା ଅବସ୍ଥାରେ ଦେଖିଥିଲେ ପରିବାର ଲୋକେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିଛି।ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇ ଘଟଣାର ତଦନ୍ତ ଚଳାଇଛି।ମୃତ୍ୟୁର କାରଣ ବର୍ତମାନ ସୁଦ୍ଧା ଜଣା ପଡି ନଥିବା ବେଳେ ପାରିବାରିକ କଳହ ରୁ ସାଗର ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୋଲସ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ