ଝୋଟି ପ୍ରତିଯୋଗିତା ଅନୁଷ୍ଠିତ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମର ପ୍ରଥମ ପ୍ରତିଷ୍ଠା ବାର୍ଷିକ ଉତ୍ସବ ଆସନ୍ତା ୨୦ତାରିଖରେ ମହାଆଡମ୍ବର ସହକାରରେ ପାଳନ କରାଯିବ । ଏଥିନିମନ୍ତେ ଆଜି ଏକ ପାକ୍ ପ୍ରସ୍ତୁତି ବୈଠକ ଏବଂ ସହରର ମହିଳାମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗୀ ଅନୁଷ୍ଠିତ ହୋଇଥିଲ।। ଏଥିରେ ଶତାଧୀକ ମହିଳା ସାମିଲ ହୋଇ ବିଭିନ୍ନ ରକମର ଝୋଟି ପକାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ, ଆଇନଜିବୀ ବି.ଶ୍ରୀନିବାସ, ସମାଜସେବୀ ଏ.ରାବଣା ରାଓ ଓ ରାଜେନ୍ଦ୍ର ସାହୁ, କାଳିଆ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଗୁରୁମା ମାନେ ଝୋଟି ପ୍ରତିଯୋଗିତା କୁ ପରିଚାଳନାରେ ସହଯୋଗ କରିବା ସହ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ ।