ଟଙ୍କା ବଦଳରେ ମେଡିକାଲ ଚାକିରି: ଚଳୁକଲେ ୧୧ ଲକ୍ଷ, ଦୁଇ ଭାଇ ଗିରଫ

କଟକ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ସରକାରୀ ମେଡିକାଲ ଗୁଡିକରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଏହି ଘଟଣାରେ କଟକ ମଙ୍ଗଳାବାଗ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଭାଇ ଅର୍ଜିତ୍ ମହାନ୍ତି ଏବଂ ଅର୍ପିତ୍‌ ମହାନ୍ତି କେବଳ ଚାକିରି କରାଇ ଦେବା କହି ଲୋକଙ୍କ ଠାରୁ ଟଙ୍କା ଠକି ନାହାଁନ୍ତି ବରଂ ଅର୍ଥ କାରବାର କରି ଅନେକ ଅଯୋଗ୍ୟ ଲୋକଙ୍କୁ ଚାକିରି ମଧ୍ୟ କରାଇ ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ପୋଲିସ ଏହାର ସୁରାକ ପାଇଥିବା ବେଳେ ଖୁବଶୀଘ୍ର ଏକ ବଡ ଖୁଲାସା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥାଇ ଯୁବକ ଯୁବତୀଙ୍କୁ ଏସସିବିର ନିଯୁକ୍ତି ଦିଆଯିବା ସହ ଅଷ୍ଟମ ପାସ କରିଥିବା ଯୁବକଙ୍କୁ ଲ୍ୟାବ ଟେକନିସିଆନ ପଦବୀ ମିଳିଥିବା ଅଭିଯୋଗ ମଧ୍ୟ ଆସିଛି । ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ଏସସିବି କର୍ତ୍ତୃପକ୍ଷ । ସେ କହିଛନ୍ତି, ‘ଏନେଇ ନିର୍ଦ୍ଦିଷ୍ଟ ଭାବରେ କୌଣସି ଅଭିଯୋଗ ଆସିନାହିଁ, ଯଦି ଆସେ ତାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’ ରାଜ୍ୟ ବିଭିନ୍ନ ମେଡିକାଲର ବିଭିନ୍ନ ପଦବୀ ପାଇଁ ବିକ୍ରି ହେଉଛି ଚାକିରି । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବର୍ଗରେ ଆସୁଥିବା ଆଟେଣ୍ଡାଣ୍ଟ୍‌ , ସୁରକ୍ଷାକର୍ମୀ, ସଫେଇ କର୍ମୀ, ଲିଫ୍ଟ ଅପରେଟର ପଦରେ ଚାକିରି ପାଇଁ ୩୦ହଜାର ଟଙ୍କା । ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବର୍ଗରେ ଆସୁଥିବା ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ୨ଲକ୍ଷ, ଲ୍ୟାବ ଟେକ୍ନିସିଆନ୍ ଓ ନସିଂ ଅଫିସର ପାଇଁ ୫ରୁ ୧୦ଲକ୍ଷ ଟଙ୍କା । ଏବଂ ଟଙ୍କା ଦେବା ପରେ ମିଳୁଛି ନିଯୁକ୍ତି ପତ୍ର । ଯେଉଁଥିରେ କି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଏସସିବି ମେଡିକାଲ କର୍ତ୍ତୃପକ୍ଷ, ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଭଳି ଅନେକ ବିଭାଗର ସିଲ ସହିତ ଅଧିକାରୀ ଓ ଡାକ୍ତରମାନଙ୍କର ଜାଲ ଦସ୍ତଖତ ମଧ୍ୟ ରହିଛି । କିନ୍ତୁ ଅସଲି ଭଳି ଦିଶୁଥିବା ଏହି ନିଯୁକ୍ତି ପତ୍ର ଗୁଡ଼ିକ ଦସ୍ତାବିଜ ନକଲି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ