‘ଟାଇଗର ଡେନ୍ସ’ ତରଫରୁ ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ସ୍ୱଛତା କାର୍ଯ୍ୟକ୍ରମ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ତଥା ରାଇରଙ୍ଗପୁର ଅଞ୍ଚଳର ଶିଶୁ କଳାକାର ନେଇ ଦିର୍ଘ ୨୦ ବର୍ଷ ହେଲା କାମ କରି ଆସୁଥିବା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ’ଟାଇଗର ନୃତ୍ୟ ଅନୁଷ୍ଠାନ’ତରଫରୁ ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଏକ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ମହାମାରୀ କରୋନା ପାଇଁ ଗତ ମାର୍ଚ ମାସର କୋଭିଡ-୧୯ କଟକଣା ଯୋଗୁଁ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ବନ୍ଦ ହୋଇଯାଇଛି । ହେଲେ ଅନୁଷ୍ଠାନର ଅଧ୍ୟକ୍ଷ ଗୁରୁ ମେଘନାଦ ଭାଙ୍ଗି ପଡି ନ ଥିଲେ ପିଲାମାନଙ୍କୁ ଯୋଗ, ପ୍ରାଣାୟାମ,ଦୌଡ଼ ,କସରତ ପ୍ରତିଦିନ ସକାଳ ୬ଟା ମଧ୍ୟରେ ପଡ଼ିଆରେ ଶିଶୁ କଳାକାର ମାନଙ୍କୁ ଶିଖାଇ ସବୁବେଳେ ଫିଟ୍ ରଖିଥାନ୍ତି । କିଛି ଅସମାଜିକ ଏବଂ ଅମାନିଆଙ୍କ ପାଇଁ ପଡିଆରେ ମଇଳା, ଅପରିଷ୍କାର ହୋଇ ପଡ଼ିଥିଲା ଓ ପୂତଗନ୍ଧମୟ ହୋଇ ଉଠିଥିଲା । ଗୁରୁ ମେଘନାଦଙ୍କ ନେତୃତ୍ୱରେ ସବୁ କଳାକାର ମାନେ ପଡିଆକୁ ଝାଡୁମାରି,ଗଦା ଗଦା ମଇଳା ଉଠାଇ ପରିଷ୍କାର ପରିଚ୍ଛନ୍ନ କରାଇଥିଲେ । ଶିଶୁକଳାକାର ମାନଙ୍କର ଏଭଳି ମହତ କାର୍ଯ୍ୟକୁ ସକାଳୁ ଆସୁଥିବା ଖେଳାଳି, ଆଗନ୍ତୁକ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ସ୍ୱଛତା କାର୍ଯ୍ୟକ୍ରମରେ ଶିଶୁ କଳାକାର ଦିପ୍ତି ଜେନା, ରିଙ୍କୁ ବେହେରା, ବିଶ୍ୱଜିତ ବେହେରା,ରାହୁଲ ଜେନା,ସୋନାଲି ବେହେରା,ସୁନିଲ କାରୁଆ, ରୋହିତ ମୁଖୀ ପ୍ରମୁଖ ସାମିଲ ହୋଇଥିଲେ ।