ଟାଉନ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ପାଇଁ ପୋଲିସ-ଜନତା ମଧ୍ୟରେ ସୁସଂପର୍କର ସେତୁ ଅପରିହାର୍ଯ୍ୟ । ଉଭୟଙ୍କ ସହଯୋଗ ଓ ସଂହିତା ରେ ଏକ ସୁସ୍ଥ ସମାଜ ଆଗକୁ ବଢିବ । ସଭ୍ୟତା ଯେତେ ଆଗୋଉଛି କ୍ରାଇମ୍ ପ୍ରକ୍ରିୟା ମଧ୍ୟ ବିଭିନ୍ନ ପ୍ରକାରରେ ଆଗୋଉଛି । ଏକାକୀ ପୋଲିସ କ୍ରାଇମକୁ ରୋକି ପାରିବ ନାହିଁ ଯଦି ସ୍ଥାନୁୟ ଜନତା ସହଯୋଗ ନ କରେ । ଏହାକୁ ନେଇ ପୋଲିସ ଓ ଜନତା ମଧ୍ୟରେ ଭୟବାତାବରଣ ନ ରହି ସଂପର୍କର ସେତୁ ଗଢିବା ପାଇଁ ରାଜ୍ୟ ସରକାର ଆମ ପୋଲିସ ସମିତି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପୋଲିସ ଜନତାଙ୍କର ଭୟର ଶତ୍ରୁ ନୁହେଁ ସେମାନେ ଆମର ବଂଧୁ ଓ ଆମ ଧନ ଜୀବନ ରକ୍ଷାକର୍ତ୍ତା । ଜୀବନ କୁ ବିପନ୍ନ କରି ଦିବାରାତ୍ର ଅକ୍ଳାନ୍ତ ପରିଶ୍ରମ କରି ଆମ୍ଭମାନଙ୍କ ଧନ ଜୀବନ ରକ୍ଷା କରୁଛନ୍ତି । ତେଣୂ ଆମେ ସମସ୍ତେ ସେମାନଙ୍କୁ କାଣିଚାଏ ସହଯୋଗର ହାତ ବଢ଼ାଇବା ଉଚିତ । ଆଜି ସଂଧ୍ୟରେ ରାଇରଙ୍ଗପୁର ଟାଉନ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲି । ମୁଖ୍ୟ ଅତିଥି ଭାବେ ଏସଡିପିଓ ରତିକାନ୍ତ ଗିରି ଏବଂ ସମ୍ମାନୀତ ଅତିଥି ଭାବେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଯୋଗ ଦେଇଥିଲେ । ଆମ ପୋଲିସ ସମିତିର ସଭ୍ୟ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ସାମାଜିକ କର୍ମୀ, ସ୍ବେଛାସେବୀ ,ବଣିକ ସଂଘ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସମସ୍ତେ ସହରକୁ ସୁସ୍ଥ, ସବୁଜ, ସୁନ୍ଦର ଏବଂ ଶୃଙ୍ଖଳାର ସହର ଗଠନ ପାଇଁ ମୁଲ୍ୟବାନ ମତାମତ ଦେଇଥିଲେ । ମତାମତ ମଧ୍ୟରେ ସହରରେ ଚୋରୀ ବୃଦ୍ଧି ରୋକିବା ପାଇଁ ସିସି କେମେରା, ଗୋଲେଇ ଓ ଦୁର୍ଗାମଣ୍ଡପ, ବିଭିନ୍ନ ଦୋକାନ ସମ୍ମୁଖରେ ଅନାବଶ୍ୟକ ପାର୍କିଂ ହଟାଇବା, ବସଷ୍ଟାଣ୍ଡରେ ମଦୁଆଙ୍କ ପ୍ରତି କଠୋର‌ କାର୍ଯ୍ୟନୁଷ୍ଠାନ, ଡାକ୍ତରଖାନାରେ ପୋଲିସ ଆଉଟ୍ ପୋଷ୍ଟ ଖୋଲିବା, ରାସ୍ତା ଉପରକୁ ବଢାଇଥିବା ଦୋକାନୀମାନଙ୍କୁ ସତର୍କ କରାଇବା, ବାହାର ରାଜ୍ୟରୁ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବା, ଭିଡ଼ି ଦେଉଥିବା ଘର ମାଲିକମାନେ ଭଡାଟିଆ ମାନଙ୍କର ପରିଚୟ ପତ୍ର ଦାଖଲ କରିବା, ଟାଲ ଦୋକାନରେ କାମ କରୁଥିବା ଶ୍ରମିକ ମାନଙ୍କର ପରିଚୟ, ଅମାନିଆ ଗାଡି ଚାଳକଙ୍କ ଉପରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା, ଜରି ଗୋଟାଳି, ବନଜାରା, ଫେରିବା ବାଟରେ ଉପରେ ସତର୍କ ଦୃଷ୍ଟି ରଖିବା ଉପରେ ଆଲୋଚନା ହୋଇଥିଲା । ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ କହି ଥିଲେ ପୌର ବିଭାଗ ତରଫରୁ ସିସି କେମେରା ବସାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଶେଷରେ ଆଜି ବୈଠକରେ ସବୁବର୍ଗର ଲୋକେ ଆସି ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିବାରୁ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ‌ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସୋମବାରଠାରୁ ଦୋକାନୀମାନଙ୍କୁ ନିଜ ଦୋକାନ ରାସ୍ତା ଉପରକୁ ନ ବଢାଇ ନିଜ ସୀମା ଭିତରେ ଦୋକାନ କରିବାକୁ ପୋଲିସ ଏବଂ ପୌର ବିଭାଗ ତରଫରୁ ସଚେତନତା ବାର୍ତ୍ତା ଦିଆଯିବ । ଯେଉଁମାନେ ଅମାନ୍ୟ କରିବେ ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ