ଟାଉନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ତାଲା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ତହସିଲ ଅଧିନ ରାଜସ୍ୱ ନିରୀକ୍ଷକ ଟାଉନ ସର୍କଲଙ୍କ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ପଡିଥିବା ନେଇ ଅଭିଯୋଗ ହୋଇଛି । ବିଭିନ୍ନ କାର୍ଯ୍ୟ ପାଇଁ ସେହି କାର୍ଯ୍ୟାଳୟକୁ ଯାଉଥିବା ଲୋକମାନେ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି । ସେହି ସର୍କଲର ଏ.ଆର.ଇ.ଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠାଇ ଦିଆଯାଇଥିବା ବେଳେ ରାଜସ୍ୱ ନିରୀକ୍ଷକ ଅଧିକାଂଶ ସମୟ କାର୍ଯ୍ୟାଳୟରେ ରହୁନଥିବାରୁ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖାଯାଇଛି । ବିଭିନ୍ନ ସମୟରେ ଲୋକମାନେ ଖଜଣା ଦେବାକୁ, ବିଭିନ୍ନ ମିସ ସାର୍ଟିଫିକେଟ ପାଇଁ ରାଜସ୍ନ ନିରୀକ୍ଷକଙ୍କ ରିପୋର୍ଟ ପ୍ରଦାନ ନିମନ୍ତେ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନୟାନ୍ତ ହୋଇ ଶେଷରେ ତାଲା ପଡିଥିବା ଦେଖି ଫେରି ଆସିବାକୁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟାର ତୁରନ୍ତ ନିରାକରଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି ।