ଟାଟାଏସି ଧକ୍କାରେ ବାଇକ ଚାଳକ ଗୁରୁତର
ହିଞ୍ଜିଳିକାଟୁ, (ସେସଦେବ ସାହୁ) : ବୁଧବାର ଅପରାହ୍ନ ପ୍ରାୟ ୫ଟାରେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ଖଣ୍ଡରା ଛକ ନିକଟରେ ଏକ ଟାଟାଏସି ଗାଡ଼ି ଧକ୍କାରେ ଜଣେ ମୋଟର ସାଇକେଲ ଚାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ଭଞ୍ଜନଗର ଅଂଚଳର ସାଗର ଚନ୍ଦ୍ର ଗୌଡ଼ (୩୦) । ଯୁବକ ଜଣକ କୌଣସି କାମରେ ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ବଜାଜ ପଲସର ବାଇକ (ଓଡ଼ି୩୨୨୨୬୬) ଯୋଗେ ଯାଉଥିବା ବେଳେ ଖଣ୍ଡରା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟାଟାଏସି ଗାଡ଼ି ସହ ମୁହାଁମୁହଁ ଧକ୍କା ହୋଇଥିଲା । ଦୂର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନକୁ ସ୍ଥାନାନ୍ତରିତ କରାଯାଇଛି । ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ଟାଟାଏସି ଗାଡ଼ି ଫେରାର ହୋଇଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଚଳାଇଛି ।