ପତଡା ଆଦିବାସୀ ସାହିରେ କରୋନା ସଚେତନତା କାର୍ଯ୍ୟକ୍ରମ

ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ମହାନ୍ତିପଡା ପଞ୍ଚାୟତ ପତଡା ଆଦିବାସୀ ସାହିରେ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାର ସମ୍ପାଦକ ଗୋପିନାଥ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ଯୋଗ ଦେଇ ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ଅବଲମ୍ବନ କରିବା, ମାସ୍କ ପିନ୍ଧିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇ ପାରିବା ବୋଲି ମତବ୍ୟକ୍ତ କରିଥିଲେ । ସଂସ୍ଥାର କାର୍ଯ୍ୟକାରୀ ସମ୍ପାଦକ ନୃସିଂହ ମହାନ୍ତି ହାତ ଧୋଇବା ପ୍ରଣାଳୀ ବିଷୟରେ ଲୋକ ମାନଙ୍କୁ ଶିଖାଇଥିଲେ । ପରେ ସଂସ୍ଥା ଦ୍ୱାରା ପ୍ରସ୍ତୁତ ମାସ୍କ ଏବଂ ସାବୁନ୍ ବଣ୍ଟନ କରାଯାଇଥିଲା । ଗ୍ରାମକୁ କରୋନା ଭୂତାଣୁ ନପଶାଇ ଦେବା ପାଇଁ ବାହାରେ ଛେପ ନପକାଇବା, ନିଶାଦ୍ରବ୍ୟ ପ୍ରସ୍ତୁତି ଓ ସେବନ ନକରିବା, ବାହାର ଲୋକଙ୍କୁ ଗାଁକୁ ପଶାଇ ନଦେବା, ଥଣ୍ଡା, କାଶ, ଛିଙ୍କ ଓ ଜ୍ୱର ହେଲେ ସ୍ୱାସ୍ଥ୍ୟ ବିଭାଗ ସହିତ ତୁରନ୍ତ ପରାମର୍ଶ କରିବା ନିମନ୍ତେ ସଂସ୍ଥା ତରଫରୁ ଲୋକ ମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ