ଟାଟାର ୭୮ ଶ୍ରମିକ ଜେଲରେ , ବିନା ସର୍ତ୍ତରେ ମୁକ୍ତି ପାଇଁ ଟାଟା ସମ୍ମୁଖରେ ଆନ୍ଦୋଳନ

ଛତ୍ରପୁର , ( ଯୁଗାବ୍ଦ ନ୍ୟୁଜ୍): ଟାଟା ପ୍ରକଳ୍ପରେ ପାଇଁ ଜମି ହରାଇଥିବା ବିସ୍ଥାପିତ ଶ୍ରମିକ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବି କରି ଆନ୍ଦୋଳନ ଓହ୍ଲାଇଥିଲେ । ଆନ୍ଦୋଳନ କରୁଥିବା ୭୮ ଜଣ ଶ୍ରମିକଙ୍କୁ ପୁଲିସ ଅଚାନକ ଗତକାଲି ଗିରଫ କରି ବିଳମ୍ବିତ ରାତ୍ରୀରେ ଜେଲକୁ ପଠାଇଥିଲେ । ଏହାର ପ୍ରତିବାଦରେ ଆଜି ଜେଲ ଯାଇଥିବା ଶ୍ରମିକ ମାନଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀ ମାନେ ଏକତ୍ର ହୋଇ ଚମାଖଣ୍ଡି ସ୍ଥିତ ଟାଟା କାର‌୍ୟ୍ୟାଳୟର ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନେ ଅଭି ଯୋଗ କରିଛନ୍ତି ଯେ ଜମି ଆମର, ପାଣି ଓ ପବନ ଆମର ଏଠାରେ ପିଲାମାନେ ନିଯୁକ୍ତି ମାଗିଲେ ମାଡମାରି ସେମାନଙ୍କୁ ମିତ୍ୟା ମାମଲାରେ ଜେଲ ପଠାଯାଉଛି । ଟାଟା କଂପାନୀ ଓ ପ୍ରଶାସନ ମିଶି ଜାଣିସୁଣି ଆମକୁ ହଇରାଣ କରୁଛନ୍ତି । ୧୯୯୬ ମସିହାରେ ଏଠାରେ ମେଗା ଇସ୍ପାତ କଂପାନୀ ହେବ ବୋଲି ଆମ ଠାରୁ ଜମି ଅଧିଗ୍ରହଣ କରି ଘର କୁ ଘର ଜଣେ ଲେଖାଁଏ ବ୍ୟକ୍ତି ଚାକିରୀ ଦେବ ବୋଲି କହିଥିଲା । ମାତ୍ର ଇସ୍ପାତ କଂପାନୀ ବଦଳରେ ଏଠାରେ ଟାଟା ଇକନୋମିକ୍ ଜୋନ ହେଲା । କିନ୍ତୁ ଆମ ପିଲାମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଲା ନାହିଁ । ଠିକା ଶ୍ରମିକ ଭାବେ ସେମାନଙ୍କୁ ଦୀର୍ଘ ବର୍ଷ ଧରି କାର‌୍ୟ୍ୟରେ ନିୟୋଜିତ କଲେ । ସ୍ଥାନୀୟ ନିଯୁକ୍ତି ମାଗିବାରୁ ସେମାନଙ୍କୁ ଜେଲ ପଠା ଗଲା । ଏହାକି ଅନ୍ୟାୟ , ଅନ୍ଧ ରାଜୁତି ଚାଲିଛି । ଏଠାରେ ରାଜନୈତିକ ବ୍ୟକ୍ତି ଏବଂ କଂପାନୀରେ କଣ୍ଟାକ୍ଟର ଭାବେ କାର‌୍ୟ୍ୟକରୁଥିବା ଦଲାଲ ଏବଂ ପ୍ରଶାସନର ମିଳିତ ସହଯୋଗରେ ଆମକୁ ଅଣଦେଖା କରାଯାଇଛି । କାହାର ବାପା, ପୁଅ, ସ୍ୱାମୀ ମାନେ ଜେଲ ଯାଇଥିବାରୁ ଆମ ମାନଙ୍କ ଅସୁବିଧା କହିଲେ ନସରେ ବୋଲି ଜେଲଯାଇଥିବା ଶ୍ରମିକଙ୍କ ପରିବାର ଲୋକମାନେ କହିଥିଲେ । ଗତ କାଲି ଟାଟା ପ୍ରକଳ୍ପ ପରିସରରେ ଆନ୍ଦୋଳନ କରୁଥିବା ଶ୍ରମିକମାନଙ୍କୁ ଅଚାନାକ ସେଠାରୁ ଉଠାଇ ପଦାକୁ ଆଣିବା ବେଳେ ପ୍ରକଳ୍ପ ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକମାନଙ୍କ ପରିବାର ଓ ପୁଲିସର ମୁହାଁମୁହିଁ ହୋଇଥିଲ।। ଏଥିରେ ଶ୍ରମିକମାନଙ୍କ ପରିବାରର ୬ ଜଣ ମହିଳାଙ୍କ ସମେତ ୧୦ ଜଣ ପୁଲିସର ଆକ୍ରମଣରେ ଶିକାର ହୋଇଛନ୍ତି । ଟାଟା ପ୍ରକଳ୍ପ ପାଇଁ ଜମି ହରାଇବା ସହ ନିଜର ପିଲାମାନେ ପ୍ରକଳ୍ପରେ ସ୍ଥାୟୀ ଚାକିରୀ କରିବେ ବୋଲି କ୍ଷତିପୂରଣ ୭ ଲକ୍ଷ ଟଙ୍କା ଛାଡିଥିଲୁ, ଆଜି ଏହି ଦିନ ଦେଖିବାକୁ ପଡୁଛି । ଯେ ଜମି ଗଲା ଏବଂ ପିଲାମାନଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାର ହେବାକୁ ଯାଉଛି ବୋଲି ଶ୍ରମିକମାନଙ୍କ ପରିବାରମାନେ ଅଭିଯୋଗ କରିଥିଲେ । ପୁଲିସ ଦୁଇଟି ଭ୍ୟାନ୍ରେ ଟାଟା ପ୍ରକଳ୍ପ ପରିସରରୁ ଶ୍ରମିକମାନଙ୍କୁ ଗିରଫ କରି ଛତ୍ରପୁର ସ୍ଥିତି ରିଜର୍ଭ କାର‌୍ୟ୍ୟାଳୟ ପରିସରରେ ରଖିଥିଲେ । ସେଠାରେ ଦୀର୍ଘ ସମୟ ଧରି ଶ୍ରମିକମାନେ ଭ୍ୟାନ୍ରୁ ଓହ୍ଲାଇନଥିଲେ । ପୁଲିସ ସେମାନଙ୍କୁ ପାଣି ପିଇବାକୁ ଦେଇଥିବା ବେଳେ ଶ୍ରମିକମାନେ ଆମକୁ ଯଦି ଦେବାର ଅଛି ବିଷ ଦିଆଯାଉ ବୋଲି ମଧ୍ୟ କହିଥିଲେ । ଟାଟା କଥାରେ ପଡି ଜିଲ୍ଲା ପ୍ରଶାସନ ଓ ପୁଲିସ ଆମ୍ଭର ଭିବଷ୍ୟତ ସହ ଖେଳ ଖେଳୁଛନ୍ତି । ଏପରିକି ମା ଓ ଭଉଣୀ ଉପରକୁ ପୁଲିସ ହାତ ଉଠାଇଛି । ଏହାକୁ ଆମେ କଦାପି ସହ୍ୟ କରିପାରିବୁ ନାହିଁ ବୋଲି ମଧ୍ୟ କହିଥିଲେ । ପରେ ରିଜର୍ଭ କାର‌୍ୟ୍ୟାଳୟରୁ ୭୮ଜଣ ଗିରଫ ଶ୍ରମିକଙ୍କୁ ପୁଲିସଦୁଇଟି ମାମାଲରେ ବିଳମ୍ବିତ ରାତ୍ରୀରେ ଜେଲ କୁ ପଠାଇଥିଲେ । ୨୭.୦୬.୨୦୧୯ ରେ ଟାଟା କଂପାନୀ ପରିସରରେ ହୋଇଥିବା ଭଙ୍ଗାରୁଜା ମାମଲାରେ କେସନଂ ୭୩/୨୦୧୯ରେ ରୁଜୁ କରି ୧୭୭,୧୭.୩୪୧,୩୨୩,୨୯.୫୦୬,୪୨.୩୦୭, ୧୪୯ ଦଫା ଲଗାଇ ୨୬ଜଣ ଗିରଫକରି ଜେଲକୁ ପଠାଇଥିଲେ । ସେହିପରି ୨୯.୦୭.୨୦୧୯ରେ ଆଉ ଏକ ମାମଲା ରେ ୮୯/୨୦୧୯ କେସ୍ ରଜୁ କରି ୧୪୭,୪୪.୨୯୪,୫୦.୧୪୯ ଦଫ ଲଗାଇ ୫୨ଜଣଙ୍କୁ ଗିରଫ କରି ଜେଲକୁ ପଠାଇଥିଲେ । ଆନ୍ଦୋଳନ କାରୀ ମାନଙ୍କ ପକ୍ଷରୁ ମଧ୍ୟ କଂପାନୀର ୯ଜଣଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ ୧୭.୦୭.୨୦୧୯ ତାରିଖ ଦିନ ଏକ ମାମଲା ଚମାଖଣ୍ଡି ଥାନାରେ ଦାଖଲ ହୋଇଛି । ଏଥିରେ ପୁଲିସ ପକ୍ଷରୁ ୮୪/୨୦୧୯ ର ଏକ କସ୍ ରୁଜୁ କରି ୩୪୧,୩୨.୨୯୪,୫୦୬, ୩୬ଆଇପିସି ଦଫା ଲଗାଯାଇଥିବାର ଜଣାପଡିଛି ।ଆଜି ଛତ୍ରପୁର ସବ୍ ଜେଲରେ ୭୮ଜଣ ଶ୍ରମିକମାନଙ୍କ ପରିବାର ବର୍ଗ ସକାଳୁ ହାତରେ ଆଧାରକାର୍ଡ କିମ୍ବା ଭୋଟ ପରିଚୟ ପତ୍ର ଧରି ମିଶିବା ପାଇଁ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଥିଲା । ଛତ୍ରପୁର ସବ୍ଜେଲରେ ଆଜି ସୁଦ୍ଧା ମୋଟ ୨୧୭ଜଣ ବିଭିନ୍ନ ମାମଲାରେ ରହିଥିବା ବେଳେ ସେଥିମଧ୍ୟରୁ ୨୧୪ଜଣ ପୁରୁଷ ଓ ୩ଜଣ ମହିଳା ଅଛନ୍ତି । ୧୪ଜଣ କର୍ମଚାରୀଙ୍କ ୨ଜଣ ଅଫିସର ରହିଛନ୍ତି । ସବଜେଲର କ୍ଷମତା ୧୬୪ ଜଣ ରହିବା ରହିଥିବା ବେଳେ ଏବେ ୨୧୭ଜଣ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ