ଟାଟା କମ୍ପାନୀ ବିରୁଦ୍ଧରେ କାଳିପଲ୍ଲୀ ଗ୍ରାମବାସୀଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ କାଳିପଲ୍ଲୀ ନିକଟ ଟାଟା କମ୍ପାନୀ ଅଧିକୃତ ଜମିରେ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଂଚିଛି । ମଙ୍ଗଳବାର କାଳିପଲ୍ଲୀ ଗ୍ରାମବାସୀ ମାନେ ଆନ୍ଦୋଳନ ସ୍ଥଳରେ ନିଜ ଜିଦ୍ ରେ ଅଟଳ ରହି ବସି ରହିବା ସହ ସେଠାରେ ରୋଷେଇ କରି ଖାଉଥିବା ଦେଖିବାକୁ ମିଳିଛି । ଏନେଇ ଆଜି ଗ୍ରାମରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଗ୍ରାମରେ ଥିବା ପୁରୁଣା କମିଟି ରଦ୍ଦ କରଯିବା ସହ ନୂତନ କମିଟି ଗଠନ କରାଯିବ ବୋଲି ସୂଚନା ମିଳିଛି । ସେମାନଙ୍କ ଦାବି ପୂରଣ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୧୭ ତାରିଖ ଦିନ ଏକ ତ୍ରିପାକ୍ଷିକ ବୈଠକରେ ଏ ସମ୍ପର୍କିତ ଆଲୋଚନା ହେବ । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଓ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛୀ । ଦିପକ ଫର୍ଟିଲାଇଜର ପ୍ରକଳ୍ପ ନିମନ୍ତେ ଚାଲିଥିବା କାର୍ଯ୍ୟକୁ ବିରୋଧ କରି ଏହି ଆନ୍ଦୋଳନ ଜାରି ରହିଛି । ଶନିବାର ଦିନ ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ବିରୋଧ କରି ଚାଲିଥିବା କାର୍ଯ୍ୟ ବନ୍ଦ କରିଥିଲେ । ହେଲେ, ପୋଲିସ୍ ଉପସ୍ଥିତିରେ ରବିବାର ପୁଣି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଗ୍ରାମବାସୀ ମାନେ ପୋଲିସ୍ ସହ ମୁହାଁମୁହିଁ ହୋଇ ହୋହାଲ୍ଲା କରି ଚାଲିଥିବା କାର୍ଯ୍ୟକୁ ବନ୍ଦ କରିଥିଲେ । ସୋମବାର ଠାରୁ ସେଠାରେ ଟେଣ୍ଟ ମାରି ଆନ୍ଦୋଳନ ରେ ବସି ରହିଛନ୍ତି । ବର୍ତ୍ତମାନ ନିର୍ମାଣଧିନ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି । ପୋଲିସ୍ ମୃତୟନ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ