ଟାଟା କମ୍ପାନୀ ବିରୋଧରେ କାଳୀପଲ୍ଲୀବାସୀଙ୍କ ଏତଲା ଦାଏର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଦୀର୍ଘ 12 ଦିନ ପରେ ଟାଟା କମ୍ପାନୀ ଦ୍ୱାରା ନିର୍ମାଣ ଚାଲିଥିବା ଦୀପକ ଫାର୍ଟିଳାଇଜର ପ୍ରକଳ୍ପକୁ କାଳିପଲ୍ଲୀ ଗ୍ରାମବାସୀଙ୍କ ବିରୋଧ ଘଟଣାର ନୂଆ ମୋଡ଼ l ଗତ ୧୭ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷିକ ବୈଠକ ପରେ କିଛି ଗୋଟେ ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଥିବା ବେଳେ ପୁଣି ଥରେ ଆନ୍ଦୋଳନ ତେଜିବାର ସମ୍ଭାବନା ଦେଖାଦେଇଛି l କାରଣ ଟାଟା ଷ୍ଟିଲ ସେଜ ର ସିକ୍ୟୁରିଟି ଅଧିକାରୀ , କାଳିପଲ୍ଲୀ ଗ୍ରାମର ୬ ଜଣଙ୍କ ସମେତ ୮୦ ଜଣଙ୍କ ନାମରେ ଗୋଟାଏ ଏତଲା ୧୧ ତାରିଖରେ ଯାହାର କେଶ ନଂ-୧୦୯/୨୨ ଏବଂ ୧୩ ତାରିଖରେ ୭ ଜଣ ସମେତ ୪୫୦ ଜଣ ଯାହାର କେଶ ନଂ-୧୧୪/୨୨ ରେ ଏତଲା ରୁଜୁ କରିଛନ୍ତି l ଏତଲାରେ ଦର୍ଶାଇଛନ୍ତି ଯେ, ଗ୍ରାମବାସୀ ଆସି କମ୍ପାନୀ କାର୍ଯ୍ୟ ଚାଲୁଥିବା ସମୟରେ ବଳ ପୂର୍ବକ ଧସେଇ ପଶି କମ୍ପାନିର କ୍ଷତି ପହଞ୍ଚାଇଛନ୍ତି l ଏହା ଜାଣିବା ପରେ ଗ୍ରାମବାସୀ, ଗତକାଲି ରାତିରେ ବୈଠକ କରି ଟାଟା ବିରୋଧରେ ଆଜି ଶହ ଶହ କାଳିପଲ୍ଲୀ ଗ୍ରାମବାସୀଙ୍କ ତରଫରୁ ଚମlଖଣ୍ଡି ଥାନାରେ , ଟାଟା ବିରୋଧରେ ନାରବାଜି ଦେବା ସହ , ଟାଟା କମ୍ପାନୀର ଟାଟା ଷ୍ଟିଲ ସେଜ ର ସିକ୍ୟୁରିଟି ଅଧିକାରୀଙ୍କ ନାମରେ ଗ୍ରାମର ମୁରଲୀ ସାହୁ ଓ ଏସ୍. ଗଣେଶ ପାତ୍ର ଗୋଟାଏ ଏତଲା ଥାନାରେ ଦେଇଥିଲା ବେଳେ ଅନ୍ୟ ଗୋଟେ ଏତଲା ପରମେଶ୍ବର ସେଠୀ , ଜାତିଆଣ ଆକ୍ଷେପ କୁ ନେଇ ଟାଟା ଷ୍ଟିଲ ସେଜ ର ସିକ୍ୟୁରିଟି ଅଧିକାରୀ ଅଶୋକ କୁମାର ରାୟ ନାମରେ ଏତଲା ଦେଇଛନ୍ତି l


