ଟାଟା ଟେଷ୍ଟ୍ପ୍ରେପ୍ର ଶୁଭାରମ୍ଭ
ମୁମ୍ବାଇ, (ଏଜେନ୍ସି): ପ୍ରଯୁକ୍ତି ଭିତିକ ଶିକ୍ଷାଦାନ ସମାଧାନ ପ୍ରଦାନ କରୁଥିବା ସଂସ୍ଥା ଟାଟା କ୍ଲାସ୍ଏଜ୍ ପକ୍ଷରୁ ଏକ ଇଣ୍ଟରଆକ୍ଟିଭ୍ ଆପ୍ ଓ ୱେବ୍ ଭିତ୍ତିକ ଅଭ୍ୟାସ ଓ ପରୀକ୍ଷା ସମାଧାନ “ଟାଟା ଟେଷ୍ଟ୍ପ୍ରେପ୍’ ଉନ୍ମୋଚନ କରାଯାଇଛି । ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷା ଓ ବିଦ୍ୟାଳୟ ସ୍ତରୀୟ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଇୱାଇସି ଅନଲାଇନ୍ ସହଯୋଗରେ ଟାଟା କ୍ଲାସ୍ଏଜ୍ ଏହି ସୁବିଧା ଆରମ୍ଭ କରିଛି । ଟାଟା ଟେଷ୍ଟପ୍ରେପ୍ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରାଇବାରେ ସହାୟକ ହେବ । ଏହା ସେମାନଙ୍କୁ ବିଭିନ୍ନ ମତାମତର ବିବରଣୀ ଏବଂ ତୁଳନାତ୍ମକ ପ୍ରଦର୍ଶନ ଫଳାଫଳ ପ୍ରଦାନ କରିବ । ଏଥିସହିତ ପୂର୍ବ ବର୍ଷ ଗୁଡ଼ିକର ଫଳ ସହିତ ତାହାକୁ ତୁଳନା ମଧ୍ୟ କରିବ । ଟାଟା କ୍ଲାସ୍ଏଜ୍ର ଦୀର୍ଘ ୨୫ ବର୍ଷର ଆନ୍ତର୍ଜାତିକ ଅଭିଜ୍ଞତା ରହିଛି । ଏହା ପ୍ରଯୁକ୍ତିକୁ ବ୍ୟବହାର କରି ଛାତ୍ରଛାତ୍ରୀଙ୍କ ଚାପ ଦୂର କରିବାକୁ ଉଦ୍ୟମ କରୁଛି ।


