ଟାଟା ପାଓ୍ବାରର ଶ୍ରମିକ ମାରଣା ନିତି ବିରୋଧରେ ଦାନା ବାନ୍ଧୁଛି ଅସନ୍ତୋଷ

ବାରିପଦା,(ମୁରାରୀ ମୋହନ ମହାପାତ୍ର):ବାରିପଦା ରଘୁନାଥପୁର ସ୍ଥିତ ଗଣେଶ ମଣ୍ଡପ ଠାରେ ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ ୟୁନିୟନର ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରାଙ୍କ ନେତୃତ୍ୱରେ ୟୁନିୟନର ସାଙ୍ଗଠନିକ ପର୍ବ ଅନୁଷ୍ଠିତ ହୋଇଯାଇଛି. ଏଥିରେ ସଙ୍ଗଠନର ୫ ଶହରୁ ଉର୍ଦ୍ଧ୍ବ କାର୍ଯ୍ଯକର୍ତ୍ତା ଯୋଗ ଦେଇଥିଲେ. ମୁଖ୍ୟ ଅତିଥି ଭାବେ ସଙ୍ଘର ଜିଲ୍ଲା ସଭାପତି ସୁଭ୍ରମଣ୍ଯମ ମହାନ୍ତି, ମୁଖ୍ୟ ବକ୍ତା ଭାବେ ସଙ୍ଘର ସାଧାରଣ ସମ୍ପାଦକ ଜ୍ଯୋତିକୃଷ୍ଣ ବେହେରା, ସମ୍ମାନିତ ଅତିଥି ଭାବେ ସହ ସାଧାରଣ ସମ୍ପାଦକ ଚନ୍ଦନ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ଦେବାଶିଷ ବେହେରା, ସାଙ୍ଗଠନିକ ସମ୍ପାଦକ ମାନସ ରଞ୍ଜନ ଶୁକ୍ଳା,କାର୍ଯ୍ଯାଳୟ ସମ୍ପାଦକ ସଞ୍ଜୟ କୁମାର ଘୋଷ, କୋଷାଧ୍ୟକ୍ଷ ଜ୍ଞାନ ରଞ୍ଜନ ପରିଡା ପ୍ରମୁଖ ଯୋଗଦେଇ ବିଦ୍ୟୁତ ବିଭାଗରେ ସ୍ଥାଇ କାର୍ଯ୍ୟରେ ଦୀର୍ଘବର୍ଷ ହେବ ଠିକା କର୍ମଚାରୀଙ୍କୁ ସ୍ୱଳ୍ପ ଦରମା ଦେଇ ମିଟର ରିଡିଂ, ଅପରେସନ ମେଣ୍ଟେନାନ୍ସ , ଯଥା ୩୩ କେଭି, ୧୧ କେଭି , ଏଲଟି ମେଣ୍ଟେନାନ୍ସ ସହ ଗଛ କଟା, ଟ୍ରାନ୍ସଫର୍ମର ବଦଳାଇବା, ତାର ଓ ଖୁଣ୍ଟ ବଦଳାଇବା ସହ ଅନାନ୍ୟା ସମସ୍ତ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି. ଅସ୍ଥାୟୀ କର୍ମଚାରୀଙ୍କ ସମସ୍ୟା କୁ କେହି ବୁଝୁ ନଥିବାରୁ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି. ସେମାନଙ୍କୁ ମୌଳିକ ସୁବିଧା, ସୁରକ୍ଷା ଏବଂ ନ୍ୟାୟସଙ୍ଗତ ଦରମା ପ୍ରଦାନରେ ମନୋନୀତ କରାଯାଉନାହିଁ. ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବାପରେ ମଧ୍ୟ ସେଥିରେ ସୁଧାର ଆସୁନାହିଁ. ପ୍ରତ୍ୟକ ମାସ ଦରମା ପ୍ରଦାନରେ ନା କୌଣସି ନିର୍ଦ୍ଧିଷ୍ଟ ଦିନ ଅଛି ନା ନିଜର ନା ପରିବାର ସଦସ୍ୟ ଙ୍କୁ ଇଏସଆଇ ର ପୂର୍ଣ୍ଣାଙ୍ଗ ସୁବିଧା ମିଳିପାରୁଛି. ଭୋକିଲା ପେଟରେ ଆଠଘଣ୍ଟା ବଦଳରେ କେତେ କେତେ ଘଣ୍ଟା ଯେ କାର୍ଯ୍ୟ ସମ୍ପାଦନ କରିବାକୁ ପଡୁଛି ତାହା ନ କହିବା ଭଲ. ଏପରି ସ୍ଥଳେ ଅଭିଯୋଗ କଲେ ଧମକ ମିଳୁଛି.
ଏହିପରି ବିଭିନ୍ନ ସମସ୍ୟା ବିଷୟ ଉପରେ ପୁଙ୍ଖନୁ ପୁଙ୍ଖ ଆଲୋଚନା କରଯାଇ ସମସ୍ତ କର୍ମଚାରୀ ମିଳିତ ଭାବେ ଏକାଠି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣକରି କର୍ମଚାରୀଙ୍କୁ ନ୍ୟାୟସଙ୍ଗତ ଦରମା ଓ କର୍ମକ୍ଷେତ୍ରରେ ୮ ଘଣ୍ଟା କର୍ମନିର୍ଘଣ୍ଟ ସହ ଅନ୍ଯାନ୍ନ ସମସ୍ତ ସୁବିଧା ନିର୍ଦ୍ଧାରଣ କରିବା, କର୍ମଚାରୀମାନଙ୍କୁ ସମସ୍ତ ଅଧିକାର ସୁନିଶ୍ଚିତ କରିବା ଉପରେ ବିଚାର କରାନଯିବା ପର୍ଯ୍ୟନ୍ତ ପ୍ରତିବାଦ କରାଯିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ସ୍ଥିର ହୋଇଥିବାର ଜଣାଯାଇଛି. ସଙ୍ଘର ସକ୍ରିୟ ସଦସ୍ୟ ପ୍ରଦୀପ କୁମାର ନାଥ, ସଞ୍ଜିତ କୁମାର ସେଠୀ, ରାକେଶ ରଞ୍ଜନ ମହାପାତ୍ର, ସୁମନ୍ ସଞ୍ଜିତ ମହାନ୍ତ, ମୁକ୍ତେଶ୍ଵର ପାଇକରାୟ, ଜ୍ଯୋତିକାନ୍ତ ବେହେରା, ଶ୍ରୀକାନ୍ତ ବେହେରା, ଦିନେଶ କୁମାର ଗୁପ୍ତା, ନବୀନ କୁମାର ଦତ୍ତ, ଶାନ୍ତନୁ କୁମାର ହାବଡା, ପ୍ରମୋଦ କୁମାର ପାତ୍ର, ଶେଖର କୁମାର ଦାସ, ରଜତ କୁମାର
ସାହୁ, ଅଚ୍ଯୁତ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ