ଟାଟା ମୋଟର୍ସ-ଭଲଭୋଲିନ ସହଭାଗିତା

ନୂଆଦିଲ୍ଲୀ, (ଏଜେନ୍ସି): ଯାତ୍ରୀବାହୀ ଯାନଗୁଡ଼ିକର ଲୁବ୍ରିକ୍ୟାଣ୍ଟ ପାଇଁ ଟାଟା ମୋଟର୍ସ ଓ ଭଲଭୋଲିନ କମିସନ ଇଣ୍ଡିଆ ମଧ୍ୟରେ ସହଭାଗିତା ସ୍ଥାପିତ ହୋଇଛି । ଉଭୟ କମ୍ପାନୀ ମିଳିତ ଭାବେ ଟାଟାର ଯାତ୍ରୀବାହୀ ଯାନଗୁଡ଼ିକ ପାଇଁ କୋ-ବ୍ରାଣ୍ଡେଡ ଲୁବ୍ରିକ୍ୟାଣ୍ଟ ବଜାରରେ ବିକ୍ରି କରିବେ । ଏହାକୁ ଟାଟା ମୋଟର୍ସ ଜେନୁଇନ ଅଏଲ୍ କୁହାଯିବ ଏବଂ ଟାଟା ମୋଟର୍ସର ସମସ୍ତ କାର ପାଇଁ ଖୁଚୁରା ବଜାରରେ ଏହା ଉପଲବ୍ଧ ହେବ । ଏହି କୋ-ବ୍ରାଣ୍ଡେଡ ଲୁବ୍ରିକ୍ୟାଣ୍ଟର ଉନ୍ମୋଚନରେ ଶୁଭଜିତ୍ ରାୟ-ବରିଷ୍ଠ ମହାପ୍ରବନ୍ଧକ ଓ କଷ୍ଟମର କେୟାର ମୁଖ୍ୟ ପିଭିବିୟୁ, ଟାଟା ମୋଟର୍ସ କହିଛନ୍ତି ଯେ ଗ୍ରାହକ କୈନ୍ଦ୍ରୀକତା ହେଉଛି ଟାଟା ମୋଟର୍ସ ପାଇଁ ଆଗକୁ ବଢ଼ିବାର ଶକ୍ତି । ଏହି ନୂତନ ଲୁବ୍ରିକ୍ୟାଣ୍ଟ ଜରିଆରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବଜାରରେ କମ୍ପାନୀ ଶ୍ରେଷ୍ଠ ଲୁବ୍ରିକ୍ୟାଣ୍ଟ ପ୍ରଯୁକ୍ତି ପ୍ରଦାନ କରିବାକୁ ଉତ୍ସର୍ଗୀକୃତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ