ଟାଟା ଷ୍ଟିଲ୍କୁ ଇଣ୍ଡଷ୍ଟ୍ରିଆଲ ୱାଟର ପ୍ରୋଜେକ୍ଟ ପୁରସ୍କାର

ମୁମ୍ବାଇ, (ଏଜେନ୍ସି): ଗ୍ଲୋବାଲ୍ ୱାଟର ଇଣ୍ଟେଲିଜେନ୍ସ (ଜିଡବ୍ଲ୍ୟୁଆଇ) ପକ୍ଷରୁ ଟାଟା ଷ୍ଟିଲ୍ର ବାରା ଟର୍ସିଆରି ପ୍ଲାଣ୍ଟକୁ ସମ୍ମାନଜନକ “ବର୍ଷର ଶିଳ୍ପ ଜଳ ପ୍ରକଳ୍ପ ୨୦୧୯ ବା ଇଣ୍ଡଷ୍ଟ୍ରିଆଲ ୱାଟର ପ୍ରୋଜେକ୍ଟ ଅଫ ଦି ଇୟର ୨୦୧୯’ ପୁରସ୍କାର ପ୍ରଦାନ କରାଯାଇଛି । ଲଣ୍ଡନର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ୍ରେ ଆୟୋଜନ ହୋଇଥିବା ପୁରସ୍କାର ବିତରଣ ସମାରୋହରେ ଟାଟା ଷ୍ଟିଲ୍ ତରଫରୁ ଟାଟା ଷ୍ଟିଲ୍ ୟୁରୋପର ଲାଇଫ୍ ସାଇକଲ୍ ଆସେସ୍ମେଣ୍ଟ ସ୍ପେସିଆଲିଷ୍ଟ (ଜୀବନ ଚକ୍ର ଅନୁଧ୍ୟାନ ବିଶେଷଜ୍ଞ) ଡକ୍ଟର ମିରେଲି ର‌୍ୟାକ୍ ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି । ଚୀନ୍, ମାଲେସିଆ ଏବଂ ଭାରତର ବିଭିନ୍ନ ପ୍ରକଳ୍ପକୁ ମାତ ଦେଇ ଟାଟା ଷ୍ଟିଲ୍ର ଏହି ପ୍ରକଳ୍ପ ପୁରସ୍କାର ବିଜେତା ହୋଇଛି । ଟାଟାର ଏହି ପ୍ରକଳ୍ପ ୨୦୧୮ରେ କାର୍ଯ୍ୟକ୍ଷମ ହୋଇଥିଲା । ଏହା ଦ୍ୱାରା ସୁବର୍ଣ୍ଣରେଖାରୁ ଜଳ ହାସଲ କରିବା ପରିମାଣ ୧୬% କମ୍ ହୋଇଥିଲା । ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଦୈନିକ ୩୦,୦୦୦ କ୍ୟୁବିକ୍ ମିଟର ଜଳ ଟ୍ରିଟମେଣ୍ଟ୍ କରାଯାଉଛି । ଜୁସ୍କୋ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଜାମସେଦପୁରକୁ ଦେଶର ପ୍ରଥମ ଜିରୋ ଲିକ୍ୱିଡ଼ ଡିସଚାର୍ଜ ସ୍ଥାନରେ ପରିଣତ କରିବା ଦିଗରେ ଏହି ପ୍ଲାଣ୍ଟ ହେଉଛି ଏକ ପଦକ୍ଷେପ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ