ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ‘ସବୁଜ ବିଦ୍ୟାଳୟ ପ୍ରକଳ୍ପ
ଯୋଡ଼ା (ଯୁଗାଦ୍ଦନ୍ୟୁଜ) କେନ୍ଦୁଝର ଜିଲା ଯୋଡାସ୍ଥିତ ଭ୍ୟାଲି କ୍ଲବ ଠାରେ ଗୁରୁବାର ପୂର୍ବାହ୍ନରେ ଟାଟା ଷ୍ଟିଲ ପକ୍ଷରୁ ବିଦ୍ୟାଳୟ ପରିସରରେ ପରିବେଶ ସମ୍ପର୍କରେ ସଚେତନତା ଓ ଧାରଣା ସୃଷ୍ଟି କରିବା ଲକ୍ଷ୍ୟରେ ‘ଶକ୍ତି ଓ ସମ୍ବଳ ଅନୁଷ୍ଠାନ’ (ଟେରି) ସହଯୋଗରେ ‘ସବୁଜ ବିଦ୍ୟାଳୟ ପ୍ରକଳ୍ପ-ତୃତୀୟ ପର୍ଯ୍ୟାୟ’ ର ଶୁଭାରମ୍ଭ କରାଯାଇଛି । ଟାଟା ଷ୍ଟିଲ ଯୋଡ଼ା ଚିଫ୍ ଶ୍ରୀ ରାଜେଶ କୁମାର, ଖଣ୍ଡବନ୍ଧ ଚିଫ୍ ଶ୍ରୀ ଶିରିଶ ଶେଖର, ଟେରିର ପରିବେଶ ଶିକ୍ଷା ଓ ସଚେତନତା (ଇଇଏ)ର ଫେଲୋ ଓ ଆବାହକ ଶ୍ରୀମତି ତାରୁ ମେହଟା ଏବଂ ଆସୋସିଏଟ୍ ଫେଲୋ ଶ୍ରୀମତି ମୋନମି ବରୁଆ ମିଳିତ ଭାବେ ଉକ୍ତ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଚଳର ୫ଟି ବିଦ୍ୟାଳୟ ଓ ୨ଟି ଆବାସିକ ସେତୁ ପାଠ୍ୟକ୍ରମ କେନ୍ଦ୍ରର ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓ ଶିକ୍ଷୟିିତ୍ରୀଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ । ଉଦ୍ଘାଟନୀ ସମାରୋହରେ ଆନ୍ତଃ-ବିଦ୍ୟାଳୟ ଚିତ୍ରାଙ୍କନ ଓ ବର୍ଜ୍ୟବସ୍ତୁ ଉପରେ ଏକ ରଙ୍ଗୋଲି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଜୌବ ବିବିଧତା ଓ ବର୍ଜ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ୱ ଦେବା ସହିତ ବିଦ୍ୟାଳୟ ପରିସର ଓ ଏହାର ଚର୍ତୁଃପାଶ୍ୱର୍ରେ ପ୍ରଭାବି ଢଙ୍ଗରେ ଏହାକୁ ଲାଗୁ କରିବା ପାଇଁ ବିଦ୍ୟାଳୟ କର୍ତୁପକ୍ଷଙ୍କୁ କାର୍ଯ୍ୟନୁଷ୍ଠାନ ନିହାତି ଆବଶ୍ୟକ ଓ ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜଳବାୟୁ ପରିବର୍ତନ ଓ ଦୀର୍ଘସ୍ଥାୟୀ ଜୀବନଶୈଳୀ ଭଳି ବିଷୟବସ୍ତୁ ଉପରେ ସଚେତନତା ସୃଷ୍ଟି କରିବା ସହିତ ଜଳବାୟୁ ପରିବର୍ତନର ପ୍ରତିକୂଳ ପ୍ରଭାବକୁ କମ୍ କରିବାରେ ସହାୟତା କରିବ ବୋଲି ଉପସ୍ଥିତ ଅଧିକାରୀମାନେ ଛାତ୍ରୀଛାତ୍ରମାନଙ୍କୁ ନିଜ ଅଭିଭାଷଣରେ କହିଥିଲେ ।