ଇମ୍ଫା କମ୍ପାନୀର ପ୍ରତିଷ୍ଠା ଦିବସ ପାଳିତ

ହାଟଡ଼ିହି, : ହାଟଡିହି ବ୍ଲକ ବ୍ଲକ ନୁଆସାହି ଠାରେ ଥିବା ନୁଆସାହି ଇମ୍ଫା କ୍ରୋମାଇଟ ମାଇନ୍‌ସର ୫୮୍‌ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନଭେମ୍ବର ୨୬ତାରିଖ ଦିନ କମ୍ପାନୀର ପ୍ରତିଷ୍ଠାତା ଡ.ବଂଶିଧର ପଣ୍ଡାଙ୍କର ଜନ୍ମ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ନୁଆସାହି ଇମ୍ଫା କମ୍ପାନୀର ଲୋକ ସମ୍ପର୍କ ଅଧିକାରୀ ସୁଧିର କୁମାର ମହାପାତ୍ରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ନୁଆସାହି କ୍ରୋମାଇଟ ଖଣି ବନ୍ଦ ଥିଲେ ମଧ୍ୟ କମ୍ପାନୀର ନିୟମାନୁଯାୟୀ କମ୍ପାନୀର ସଫଳ କର୍ମଚାରୀ ମାନଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କର୍ମଚାରୀ ମାନଙ୍କ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କର୍ମଚାରୀମାନେ ଧନୁର୍ଜୟନପୁର, ବାଙ୍ଗୋର, ବାଲିବରେଇ ପ୍ରଭୃତି ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲେ । ପରେ ଅନୁଷ୍ଠିତ ଏକ ସଭାରେ ଖଣି ପରିଚାଳକ ଅନିଲ କୁମାର, ପର୍ସନାଲ ଅଫିସର ବିବେକାନନ୍ଦ ନାୟକ, ସୁରକ୍ଷା ଅଧିକାରୀ ପ୍ରଫୁଲ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ । ଶ୍ରମିକ ୟୁନିୟନର ସମ୍ପାଦକ ବେଣୁଧର ପୃଷ୍ଟି, ସୁରେଶ ପୃଷ୍ଟି, ଗିରିଶ ସାମଲ, ଦିଲ୍ଲିପ ସାହୁଙ୍କ ସମେତ ସମସ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ