ଟାଟା ସ୍କାଏ ବିଞ୍ଜେ ପ୍ରିମିୟମ ଡ଼ିଜିଟାଲ କନ୍ଟେଂଟ ଅଫର
(ଯୁଗାଦ୍ଦ ନ୍ୟୁଜ) , ଟାଟା ସ୍କାଇ ଯାହାକି ଭାରତର ଏକ ପ୍ରମୁଖ ଗ୍ରାହକ ପସନ୍ଦ ଯୋଗ୍ୟ ଯୋଗାଯୋଗ କପି ଅଟେ ଅନ୍ୟ ଏକ ଲୋକପ୍ରିୟ ଅତି ଦ୍ରୁତଶୀଳ ସେବା “ଟାଟା ସ୍କାଏ ବିଞ୍ଜେ”ର ଶୁଭାରମ୍ଭ କରିଛି ଯାହା ଆପଣମାନଙ୍କ ଟିଭି ମାଧ୍ୟମରେ ବିଭିନ୍ନ ପ୍ରକାର ଆପର ସହାୟତାରେ ସ୍କାଇ ଏଡ଼ିସନରେ ଆମାହନ ଫାୟାର ଟିଭି ଷ୍ଟିକ୍ ଜରିଆରେ ଟାଟା ସ୍କାଇ ବିଞ୍ଜେ କାର୍ଯ୍ୟକ୍ଷମ ହୋଇପାରିନି ଯାହାକି ଏକ ଅନନ୍ୟ ତଥା ଏକକ ଆଫର ପ୍ରଦାନ କରୁଛି ଯାହାକି ଗ୍ରାହକ ମାନଙ୍କୁ ଡ଼ିଜିଟାଲ କଂଟେଟ ଜରିଆରେ ବିଭିନ୍ନ ପ୍ରକାର ଭାଷାର ସମନ୍ୱିତ ଆପ ଜରିଆରେ ଗୋଟିଏ ମଂଚରେ ଏକକ ଗ୍ରାହକ ଦେୟରେ ଉପଲବ୍ଧ ହୋଇପାରିବ ।ଏକକ ଗ୍ରାହକ ଦେୟ ମାଧ୍ୟମରେ ଟାଟା ସ୍କାଏ ର ଏହି ପ୍ରାରମ୍ଭିକ ସଂସ୍କରଣର ଅଫର ବିଭିନ୍ନ ପ୍ରକାର ଡ଼ିଜିଟାଲ କଂଟେଟ ଜରିଆରର ଉପଲବ୍ଧ ହେଉଅଛି ଯାହା ମଧ୍ୟରେ ଅଛି ହଟଷ୍ଟାର, ସନ୍ଏନଏକ୍ସଟି, ଏରେଏନ୍ଓଓଡ଼ବ୍ଲୁ, ହଙ୍ଗାମା ପ୍ଲେ ଇତ୍ୟାଦି । ଏକକ ସପ୍ତାହ ପୁରୁଣା ଲୋକ ପ୍ରିୟ ଟିଭି କାର୍ଯ୍ୟକ୍ରମର ପ୍ରସାରଣର ସୁବିଧା ସହିତ ଜଣେ ଗ୍ରାହକ ଟାଟା ସ୍କାଏ ଭିଓଡ଼ି ଲାଇବ୍ରେରୀରୁ ଅଧିକ ନିଜ ପସନ୍ଦର ପ୍ରମୁଖ କାର୍ଯ୍ୟକ୍ରମ ନିଜ ଇଚ୍ଛା ଅନୁସାରେ ଦେଖିପାରିବେ । ବର୍ତମାନ ଉପଲବ୍ଧ ହେଉଥିବା ଅନନ୍ୟ ଆମାଜନ ଫାୟାର ଟିଭି ଷ୍ଟିକରେ ଟାଟା ସ୍କାଏ ସଂସ୍କରଣ ଟାଟା ସ୍କାଏ ବିଞ୍ଜେ ଯାହାକି ଟାଟା ସ୍କାଏ ରେ ଉପଲବ୍ଧ ହେଉଛି ନିଜର ଗ୍ରାହକଙ୍କ ପାଇଁ ମାସିକ କେବଳ ୨୪୯/- ଟଙ୍କାର ଗ୍ରାହକ ଦେୟ ନିର୍ଦ୍ଧାରିତ କରିଛି । ଏହି ଶୁଭାରମ୍ଭ ଅବସରରେ ନିଜର ବକ୍ତବ୍ୟ ରଖି ପଲ୍ଲଭି ପୁରୀ, ମୁଖ୍ୟ ବାଣିଜ୍ୟିକ ଅଧିକାରୀ, ଟାଟା ସ୍କାଏ କହିଲେ, ଟାଟା ସ୍କାଇ ସବୁବେଳେ ସବୁଠାରୁ ଉତମ ଆମୋଦପ୍ରମୋଦ ପ୍ରଦାନ କରିବାର ଭରସା ବଡ଼ ପରଦା ଉପରେ ଦେଇଆସିଛି । ଏହି ଅଭିପ୍ରାୟ କେବଳ ଉତମ ଜ୍ଞାନକୌଶଳର ସଂଯୋଜନାରେ ଏକ ସୁନ୍ଦର ଆକର୍ଷଣୀୟ ପ୍ୟାକେଜ ଜରିଆରେ ତଥା ଅଧିକ ମାତ୍ରାର ବ୍ୟବହାରକାରୀଙ୍କ ଉତମ ସହଯୋଗରେ ହିଁ ସଫଳ ହୋଇପାରିଛି । ଏବେ ଆମେମାନେ ଅତି ଉକ୍ରୃଷ୍ଟମାନର “ଟାଟା ସ୍କାଏ ସମ୍ପୂର୍ଣ୍ଣ ଅଭିଜ୍ଞତା” ଅଫର ସମ୍ପୂର୍ଣ୍ଣ ଦୁନିଆକୁ ନେଇ ଟାଟା ସ୍କାଏ ବିଞ୍ଜେ ସହିତ ଉପସ୍ଥାପନା କରୁଅଛୁ । ଏହା ଏକ ଅଦ୍ୱିତୀୟ ମଂଚ ଯାହାକି ବଡ଼ ପରଦା ଉପରେ ଇଂଟରନେଟ ଏବଂ ଟେଲିଭିଜନର ବିଷୟବସ୍ତୁକୁ ଉତମମାନର ଦୃଶ୍ୟ ସମୂହର ଅଭିଜ୍ଞତାକୁ ସବୁଠାରୁ ଭଲ ଇଂଟରନେଟ୍ ଆପ୍ ସହାୟତାରେ ଉପଲବ୍ଧ କରାଇପାରିବ । ଏକ ବିଶ୍ୱ ଶ୍ରେଣୀୟ ଆମାଜନ ଫାୟାର ଟିଭି ଷ୍ଟିକ୍ ଜରିଆରେ ଟାଟା ସ୍କାଇ ବିଞ୍ଜେ ଦର୍ଶକଙ୍କ ପାଖରେ ଉପଲବ୍ଧ ହୋଇପାରିଛି ଏହାର ବିଞ୍ଜେ ଗ୍ରାହକଦେୟ ସହିତ । ଟାଟା ସ୍କାଏ ର ଲକ୍ଷ ଲକ୍ଷ ପରିବାର ମଧ୍ୟରେ ଏହା ଅନନ୍ୟ ସହଯୋଗିତା ସହିତ ନୂଆ ନୂଆ ଆମୋଦପ୍ରମୋଦର ଅଭିଜ୍ଞତା ପହଂଚାଇ ପାରିବ ଏହା ଆମେ ଦୃଢ଼ ନିଶ୍ଚିତ । ପରାଗ ଗୁପ୍ତା, ପ୍ରମୁଖ ଆମାଜାନ ଡ଼ିଭାଇସେସ୍ ଇଣ୍ଡିଆଙ୍କ ମତରେ “ଟାଟା ସ୍କାଏ ସହିତ ଏକାଠି ହୋଇ ଏଭଳି ଏକ ରୁଚି ସମ୍ପର୍ଣ୍ଣ ଜିନିଷ ଭାରତର ସବୁ ଦର୍ଶକଙ୍କ ପାଖରେ ପହଂଚାଇବା ପାଇଁ ଆମେ ବହୁ ମାତ୍ରରେ ଉତ୍ସାହୀ । ଫାୟାର ଟିଭି ଏବଂ ଆଲେକ୍ସା ଭଏସ ରିମୋଟ୍ ସେମାନଙ୍କର ନିଜ ସ୍ୱରରେ ଅତି ସରଳ ଉପାୟରେ ଏହାକୁ ହଜାର ହଜାର ଗ୍ରାହକଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଗୋଟିଏ ଅତି ସରଳରୁ ସରଳ ଆପ୍ର ସହାୟତାରେ ଏବେ ଗ୍ରାହକମାନେ ଟାଟା ସ୍କାଏ ବିଞ୍ଜେ ସହିତ ହଜାର ହଜାର ଟିଭି କାର୍ଯ୍ୟକ୍ରମ ତଥା ଚଳଚ୍ଚିତ୍ରକୁ ଅତି ସହଜ ତଥା ସରଳ ଭାବରେ ଦେଖିପାରିବେ । ଗ୍ରାହକମାନଙ୍କର ଟାଟା ସ୍କାଏ ସଂସ୍କରଣର ନୂତନ ଆମାଜାନ ଫାୟାର ଟିଭି ଷ୍ଟିକ୍ ଉପରେ କ’ଣ ଚିନ୍ତା ଧାରା ତାହା ଜାଣିବା ପାଇଁ ଆମେ ବ୍ୟଗ୍ର ଅଛୁ” । ଟାଟା ସ୍କାଇ ବିଞ୍ଜେର ନୂଆ ଗ୍ରାହକଗଣ ଏଥିସହିତ ତିନି ମାସର ଆମାଜାନ ପ୍ରାଇମ୍ ଆକ୍ସେସ୍ର ମଧ୍ୟ ସୁବିଧା ପାଇପାରିବେ ଯାହା ମଧ୍ୟରେ ରହିଛି – ଅସିମୀତ ମୁକ୍ତ ତଥା ଦ୍ରୁତଶାଳୀ ସିପିଙ୍ଗ୍, ଅସିମୀତ ଚଳଚ୍ଚିତ୍ର ତଥା ଟିଭି କାର୍ଯ୍ୟକ୍ରମ ପ୍ରସାରଣର ସୁବିଧା ତଥା କୌଣସି ଅଧିକ ମୂଲ୍ୟ ଦେୟ ନକରି ପ୍ରାଇମ ଭିଡ଼ିଓର ବିଭିନ୍ନ ସୁବିଧା ସୁଯୋଗ । ଅନ୍ୟାନ୍ୟ ସୁବିଧା ମଧ୍ୟରେ ରହିଛି ଅସିମୀତ ବିଜ୍ଞାପନ ମୁକ୍ତ ପରିବେଷଣ ସହିତ ପ୍ରାଇମ ମ୍ୟୁଜିକ୍ର ସୁବିଧା, ପ୍ରାଇମ ପଠନ ସହିତ ପୁସ୍ତକ ଉପଲବ୍ଧ, ଅତି ଉତ୍ସାହଜନକ ସାମଗ୍ରୀର ଉନ୍ମୋଚନ ତଥା ଅତି ଶୀଘ୍ର ପେରଣ କରି ପାରୁଥିବା ବଜ୍ରପାତର ପୂର୍ବ ଅନୁମାନର ସମ୍ପାଦ ସହିତ ଅନ୍ୟାନ୍ୟ ଅନେକ ବିଷୟବସ୍ତୁ । ଏହି ପ୍ରାରମ୍ଭିକ ଉପସ୍ଥାପିତ ପ୍ୟାକରେ ରହିଛି ଆମାଜାନ ଫାୟାର ଟିଭି ଷ୍ଟିକ୍ – ଟାଟା ସ୍କାଏ ସଂସ୍କରଣ ଏବଂ ଆଲେକ୍ସା ଭଏସ ରିମୋଟ୍ ତଥା ଏହାର ଟାଟା ସ୍କାଏ ବିଞ୍ଜେ ଆପର ସଂଯୋଗୀକରଣ ସହିତ ବହୁଳ ସଂଖ୍ୟାରେ ଆପର ଯୋଗୀକରଣର ବିଭିନ୍ନ ବିଷୟବସ୍ତୁ ଉପସ୍ଥାପନ କରିବାର ସକ୍ଷମତା । ଏହା କ୍ୱାର୍ଡ଼-କୋର୍-ପ୍ରୋସେସର ସହିତ ଆସିଥାଏ ଏବଂ ଅତି ଉନ୍ନତମାନର ଛବି ପାଇଁ ଏଥିରେ ଶୀଘ୍ର ଗତି କରିପାରୁଥିବା ୱାଇ-ଫାଇର ସଂଯୋଗୀକରଣ ହୋଇଥାଏ । ଏହି ସମସ୍ତ ବିଶେଷ ବ୍ୟବସ୍ଥାକୁ ନେଇ ଜଣେ ଗ୍ରାହକ ସବୁଠାରୁ ଭଲ ବଲିଉଡ଼ ହଲିଉଡ଼ର ଚଳଚ୍ଚିତ୍ର, କ୍ରିକେଟ ଆଂଚଳିକ ଭାଷାର ଚଳଚ୍ଚିତ୍ର, ବିଭିନ୍ନ ପ୍ରକାର ଆପ୍କୁ ନେଇ ୱେବ ସିରିଜ, ସାପ୍ତାହିକ ସବୁଠାରୁ ଭଲ ହିନ୍ଦୀ ତଥା ଇଂରାଜୀ ଟିଭି ଧାରାବାହିକ ତଥା ଛୋଟ ଛୋଟ ପିଲାମାନଙ୍କ ପାଇଁ ରହିଥିବା କାର୍ଯ୍ୟକ୍ରମର ମଧ୍ୟ ଆନନ୍ଦ ନେଇପାରିବେ । ଏହା କେବଳ ଏଥିରେ ଥିବା ଡ଼ିଜିଟାଲ କଂଟେଟ ଦ୍ୱାରା ଏବଂ ଟାଟା ସ୍କାଇ ବିଞ୍ଜେ ଜରିଆରେ ସକ୍ଷମ ହୋଇପାରିବ । ଗୌରବ ଗାନ୍ଧୀ, ନିର୍ଦ୍ଦେଶକ ତଥା କଂଟ୍ରିଜିଏମ୍ ଆମାଜନ ପ୍ରାଇମ୍ ଭିଡ଼ିଓ ଭାରତ କହିଲେ, “ଆମାଜନ ପ୍ରାଇମ ଭିଡ଼ିଓ ବିଭିନ୍ନ ପ୍ରକାର ଭିଡ଼ିଓ ପ୍ରଦର୍ଶନ କରିବାର ଶୈଳୀର ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବାରେ ତାର ଧାରା ସମଗ୍ର ଭାରତ ବର୍ଷରେ ଆଗକୁ ନେଇ ଚାଲିଛି । ଟାଟା ସ୍କାଏ (ବିଞ୍ଜେ ପ୍ୟାକ) ସହିତ ଆମର ସଂଯୋଗୀକରଣ ଏ ସମସ୍ତ ଧାରାକୁ ଆହୁରି ଅଧିକ ସ୍ରୋତାଙ୍କୁ ଆମ ଆଡ଼କୁ ଟାଣିବାରେ ଯଥେଷ୍ଟ ସାହାଯ୍ୟ କରିବା ସହିତ ଦର୍ଶକମାନେ ବର୍ତମାନର ନୂଆ ନୂଆ କୌଶଳର ଉପଯୋଗ ଆମ ଦ୍ୱାରା ପ୍ରସାରିତ ଲୋକପ୍ରିୟ ସିନେମା, ଟିଭି ଧାରାବାହିକ, ଅନନ୍ୟ ହ୍ରାସ ଧାରାବାହିକ ସର୍ବୋପରି ଆମାଜାନ ଓରିଜିନାଲ ସିରିଜର ପ୍ରକୃତ ଆନନ୍ଦ ନେଇପାରୁଛନ୍ତି । ଆମର ବିଶ୍ୱାସ, ଟାଟା ସ୍କାଏ ଗ୍ରାହକ ଆମାଜାନ ଫାୟାର ଟିଭି ଷ୍ଟିକ୍ – ଟାଟା ସ୍କାଏ ସଂସ୍କରଣର ଏହି ନିରବଚ୍ଛିନ୍ନ ଅଭିଜ୍ଞତାର ପ୍ରକୃତ ଆନନ୍ଦର ମଜ୍ଜା ଉଠାଇ ପାରିବେ” । ରିଷିକା ଲୁଲ୍ଲା ସିଂ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏରୋସ ଡ଼ିଜିଟାଲ କହିଲେ, “ଆମ ପାଇଁ ଗ୍ରାହକମାନଙ୍କ ଖୁସି ତଥା ସେ ଖୁସିକୁ ପାଥେୟ କରି ବିଭିନ୍ନ ପ୍ରକାର ଗ୍ରାଣ୍ଡରେ ନିଜକୁ ସାମିଲ କରିବାର ସୁଯୋଗ ସବୁଠାରୁ ଅଧିକ ଲୋକନୀତିର ଆଧାର ଶୀଳା ଅଟେ ଯାହା ଆମେ ଏଇ ମଂଚ ପାଇଁ ଆଶା କରୁଛୁ । ବ୍ୟକ୍ତିଗତ ପସନ୍ଦକୁ ଦୃଷ୍ଟିରେ ରଖି ଏହି ମିଳିତ ପ୍ରକ୍ରିୟା ଗ୍ରାହକମାନଙ୍କୁ ଅତି ଦୃଢ଼ ଭାବରେ ବାନ୍ଧି ଧରି ରଖିପାରିଛି ତଥା ଆମର ଦର୍ଶକ ଏହି ଏରୋସ ଏନଓଡ଼ବ୍ଲୁରେ ରହିଥିବା ବିରାଟ ବିଷୟଗତ ଲାଇବ୍ରେରୀକୁ ଉପଯୋଗକରି ୧୨,୦୦୦ରୁ ଅଧିକ ଚଳଚ୍ଚିତ୍ର ତଥା ବହୁ ମାତ୍ରାରେ ବିଷୟବସ୍ତୁର ସମସ୍ତ ଆନନ୍ଦ ନେଇପାରିଛନ୍ତି” ।ସିଦ୍ଧାର୍ଥ ରାୟ, ସିଓଓ, ହଙ୍ଗାମା ଡ଼ିଜିଟାଲ ମିଡ଼ିଆ, କହିଲେ, “ଆମ ପାଖରେ ରହିଥିବା ପ୍ରମୁଖ ଡ଼ିଏନଏର ସୁବିଧାକୁ ନେଇ ଆମେ ଆମର ବ୍ୟବହାରକାରୀମାନଙ୍କୁ ନିଜ ନିଜର ପସନ୍ଦ ମୁତାବକ କ୍ଷମତାର ସୁଯୋଗ ପ୍ରଦାନ କରିଅଛୁ । ହଙ୍ଗାମା ପ୍ଲେ ଏକ ବହୁ ଭାଷୀୟ, ବିବିଧ ସାହିତ୍ୟ ଶୈଳୀର ଲାଇବ୍ରେରୀକୁ ନେଇ ଭାରତୀୟ ତଥା ଆନ୍ତର୍ଜାତୀୟ ଚଳଚ୍ଚିତ୍ର, ଟିଭି କାର୍ଯ୍ୟକ୍ରମ, ପ୍ରାମାଣୀକ ବିଷୟବସ୍ତୁ, ବାସ୍ତବ ଧର୍ମୀ, ଶିଶୁ ବିଷୟ ଧର୍ମୀ ତଥା ସଂକ୍ଷିପ୍ତ ବିଷୟଗତ ଭିଡ଼ିଓର ଅଫର ନିଜର ଦର୍ଶକଙ୍କୁ ପ୍ରଦାନ କରିବାର ସମସ୍ତ ବ୍ୟବସ୍ଥା କରିପାରିଛି । ଆମେ ଟାଟା ସ୍କାଇ ସହିତ ଭାଗିଦାରୀ ପାଇଁ ଗର୍ବିତ ତଥା ନିଶ୍ଚିତ ଯେ ଟାଟା ସ୍କାଇ ବିଞ୍ଜେ ଆମର ସମସ୍ତ ବହାରକାରୀଙ୍କ ପାଖରେ ଏ ସମସ୍ତ କାର୍ଯ୍ୟକ୍ରମକୁ ଅତି ସରଳ ତଥା ସୁନ୍ଦର ଭାବରେ ଉପସ୍ଥାପନା କରିବା ସହିତ ନୂଆ ନୂଆ ଅଭିଜ୍ଞତାର ସ୍ୱାଦ ପ୍ରଦାନ କରିବାରେ ସଫଳ ହୋଇପାରିବ ।