ଟାଟା ସ୍କାଏ ସେଟ୍ଅପ୍ ବକ୍ସ ମୂଲ୍ୟରେ ୪ଠଠ ଟଙ୍କା ହ୍ରାସ
ମୁମ୍ବାଇ, (ଯୁଗାଦ୍ଦ ନ୍ୟୁଜ): ଦେଶର ଅଗ୍ରଣୀ ବିତରକ ଟାଟା ସ୍କାଏ ଉଭୟ ସ୍ଟାଣ୍ଡାର୍ଡ ଡେଫିନେସନ(ଏସ୍ଡି) ଏବଂ ହାଇ ଡେଫିନେସନ(ଏଚ୍ଡି) ସେଟ୍ଅପ୍ ବକ୍ସ ମୂଲ୍ୟରେ ୪୦୦ ଟଙ୍କା ହ୍ରାସ କରିଛନ୍ତି । ଏହି ପରିବର୍ତ୍ତିତ ମୂଲ୍ୟ ଦ୍ୱାରା ଟାଟା ସ୍କାଏ ଏସ୍ଡି ଓ ଏଚ୍ଡି ସେଟ୍ଅପ୍ ବକ୍ସ ବର୍ତ୍ତମାନ୧୬୦୦ ଏବଂ ୧୮୦୦ ଟଙ୍କାରେ ଉପଲବ୍ଧ ହେବ । ଦେଶର କୋଣ ଅନୁକୋଣରେ ଥିବା ଦର୍ଶକଙ୍କ ପାଖରେ ଏହି ସୁବିଧା ପହଞ୍ଚାଇବା ଟାଟା ସ୍କାଏର ମୁଖ୍ୟ ଉଦ୍ଦେଶ୍ୟ । ଏଭଳି ଏକ ପଦକ୍ଷେପ ଦ୍ୱାରା ଟାଟା ସ୍କାଏ ଦେଶର ପ୍ରତ୍ୟେକ ପରିବାରରେ ଡିଜିିଟାଲ୍ କ୍ୱାଲିଟି ଚ୍ୟାନେଲ ଓ ସେବା ଉପଲବ୍ଧ କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଟାଟା ସ୍କାଏର ନୂଆ ମୂଲ୍ୟର ସେଟ୍ଅପ୍ ବକ୍ସ ବର୍ତ୍ତମାନ ଦେଶର ବିଭିନ୍ନ ସହର ଓ ଗ୍ରାମଗୁଡ଼ିକରେ ସ୍ଥାନୀୟ ଡିଲର ଓ ଖୁଚୁରା ବ୍ୟବସାୟୀ ମାଧ୍ୟମରେ ଉପଲବ୍ଧ । ଗ୍ରାହକଙ୍କୁ ତାଙ୍କ ଇଛା ମୁତାବକ ଟେଲରମେଡ଼୍ ପ୍ୟାକ୍ ଓ ଆ-ଲା-କାର୍ଟେ ଚ୍ୟାନେଲ ଇତ୍ୟାଦି ଚୟନ କରିବାର ସୁବିଧା ଯୋଗାଇ ଦିଆଯାଇଛି । ଗ୍ରାହକ ସେବାରେ ଟାଟା ସ୍କାଏ ଉତ୍କର୍ଷତାର ନୂଆ ମାନଦଣ୍ଡ ହାସଲ କରିଛି । ଏହା ୧୨ ଟି ଭାଷାରେ କଲ୍ ସେଣ୍ଟର, ଅଗ୍ରଣୀ ଜ୍ଞାନ କୌଶଳ ଯଥା ରେକର୍ଡର, ୪କେ ସେଟ୍ଅପ୍ ବକ୍ସ ଏବଂ ୬୦୦ ରୁ ଉର୍ଦ୍ଧ ଚ୍ୟାନେଲ ଗ୍ରାହକଙ୍କୁ ଉପଭୋଗ କରିବାକୁ ଯୋଗାଇ ଦେଉଛି ।


