ଟାୱାରରୁ ଖସି ଜଣେ ଶ୍ରମିକ ମୃତ, ଜଣେ ଗୁରୁତର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ଅଞ୍ଚଳର ୩ ଜଣ ଶ୍ରମିକ ଗତ କିଛି ଦିନ ତଳେ ଅନ୍ୟ ଜିଲ୍ଲାକୁ କାମ କରିବାକୁ ଯାଇଥିବା ବେଳେ ମଙ୍ଗଳବାର ଟାୱାରରୁ ଖସି ଜଣେ ଶ୍ରମିକ ମୃତ୍ୟୁ ବରଣ କରିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାଯାଇଛି । ପ୍ରକାଶ ଯେ, ଛୟାଳସିଂ ଅଞ୍ଚଳର ଠିକାଦାର ସୁଦାମ ଚରଣ ଖଣ୍ଡା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ ଫାଣ୍ଡି ଅଧିନ ପୋଡାପଡା ରେଳ ଲାଇନ୍ ପାଶ୍ୱର୍ରେ ଏକ ଟାୱାର କାମ କରୁଥିଲେ । ଏଥିରେ ଛୟାଳସିଂ ଅଞ୍ଚଳର ୩ ଜଣ ଶ୍ରମିକ କାମ କରୁଥିଲେ । ଶ୍ରମିକ ମାନେ କାମ କରୁଥିବା ବେଳେ ଟାୱାରର ଏକ ଲୁହା ଚ୍ୟାନେଲ ଖସି ପଡିଥିଲା । ଘଟଣା ସ୍ଥଳରେ ଛୟାଳସିଂ ଗ୍ରାମର ପ୍ରଦୀପ ସେଠୀ(୩୫)ଙ୍କର ମୃତ୍ୟୁ ହୋଇଥିବା ବେଳେ ବରହମପୁର ଗ୍ରାମର ଶ୍ରୀକାନ୍ତ ଜେନା(୩୪) ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତ ପ୍ରଦୀପ ଜଣେ ଦିନମଜୁରିଆ ହୋଇଥିବା ବେଳେ କାମଧନ୍ଧା କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ତେବେ ମୃତକ ପରିବାରକୁ କ୍ଷତି ପୂରଣ ଦେବା ସହ ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ପରିବାରଲେକେ ଦାବୀ କରିଛନ୍ତି ।