ଟିକରପଡ଼ାରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସାଧରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ରେ ବର୍ତ୍ତମାନ ଠାରୁ ରାଜନୈତିକ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି I ବେଲଗୁଣ୍ଠା ବ୍ଳକ୍ ଟିକରପଡ଼ା ଗ୍ରାମରେ ଏହିଭଳି ଗୋଷ୍ଠୀ ସଂଘର୍ଷ ଯୋଗୁଁ ବେଲଗୁଣ୍ଠା ପୋଲିସ୍ ଉଭୟ ଗୋଷ୍ଠୀର ଛଅ ଜଣଙ୍କୁ କୋର୍ଟଚାଲାଣ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଟିକରପଡ଼ା ଗ୍ରାମର ସନାତନ ପୋଲେଇଙ୍କ ସ୍ତ୍ରୀ ରୀତା ପୋଲେଇ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଛନ୍ତି I ରୀତାଙ୍କ ଅଭିଯୋଗ ପ୍ରକାରେ ଗତ କାଲି ଦୁଇ ଘଣ୍ଟା ତିରିଶ ମିନିଟ୍ ସମୟରେ ତାଙ୍କ ଘର ଆଗରେ ନିଜେ ରୀତା, ସ୍ୱାମୀ ସନାତନ ଏବଂ ଦିଅର ବୁଲୁରାମ ପୋଲେଇ ଥିବା ସମୟରେ ଗ୍ରାମର ନରୋତ୍ତମ ପ୍ରଧାନ(୩୦) ଆସି ସେମାନଙ୍କୁ ଇଙ୍ଗିତ କରି ଗାଳିଗୁଲଜ କରିଥିଲା I ରୀତା ଏବଂ ତାଙ୍କ ସ୍ୱାମୀ, ଦିଅର ଏହାର ପ୍ରତିବାଦ କରିବାରୁ ନରୋତ୍ତମ ସହ ରାକେଶ ପୋଲେଇ(୪୨),ବାବୁଲା ପ୍ରଧାନ (୨୫),ମୁକେଶ ପୋଲେଇ (୨୮) ଏବଂ ଆଉ କିଛି ଲୋକ ଆସି ସେମାନଙ୍କୁ ଲାତ, ଗୋଇଠା, ମୂଥ ମାରି ଆହତ କରିଥିଲେ I ଏଥିରେ ରୀତା, ସନାତନ ଏବଂ ବୁଲୁ ଆହତ ହୋଇଥିଲେ I ଏନେଇ ରୀତାଙ୍କ ଅଭିଯୋଗ ପ୍ରକାରେ ବେଲଗୁଣ୍ଠା ପୋଲିସ୍ 392/23 ରେ ଏକ ମାମଲା ରୁଜୁ କରି ଏସ୍ଆଇ ନାରାୟଣ ନାୟକ ଘଟଣାର ତଦନ୍ତ କରିବା ସହ ନରୋତ୍ତମ, ରାକେଶ, ବାବୁଲା ଏବଂ ମୁକେଶକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି I ଅନୁରୂପ ଭାବେ ଗ୍ରାମର ସୁଜାତା ପୋଲେଇଙ୍କ ଅଭିଯୋଗ ପ୍ରକାରେ ବେଲଗୁଣ୍ଠା ଥାନାରେ ୩୯୨/୨୩ ରେ ଏକ ମାମଲା ରୁଜୁ ହେବା ସହିତ ଏସ୍ଆଇ ନାରାୟଣ ନାୟକ ଘଟଣାର ତଦନ୍ତ କରି ପ୍ରଭାକର ଗୌଡ଼ (୩୭) ଏବଂ ବୁଲୁରାମ (୨୮) କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି I ସୁଜାତା ଦେଇଥିବା ଏତାଲା ପ୍ରକାରେ ଗତ ତିରିଶି ତାରିଖରେ ସେମାନଙ୍କୁ ଗ୍ରାମର ପ୍ରଭାକର ଗୌଡ଼, ଦିବାକର ଗୌଡ଼, ଗୋପୀନାଥ ପ୍ରଧାନ,ସୁଶାନ୍ତ ପୋଲେଇ, ହରି ପ୍ରଧାନ ଏବଂ ଆଉ କିଛି ଲୋକ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ କାଠ ଫାଳିଆରେ ଆକ୍ରମଣ ପାଇଁ ଯୋଜନା ରଖିଥିଲେ I ଉଭୟ ମହିଳା ଦଶରୁ ଊର୍ଦ୍ଧ୍ଵ ଲୋକଙ୍କ ନାମରେ ଏତାଲା ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ଛଅ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି I ଘଟଣାକୁ କେନ୍ଦ୍ର କରି ଗତକାଲି ମଧ୍ଯରତ୍ରୀ ପର୍ଯ୍ୟନ୍ତ ଉଭୟ ବିଜେପି ଏବଂ ବିଜେଡ଼ିର ନେତା ମାନେ ଥାନାରେ ଡ଼େରା ପକାଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ