ଟିକରପଡ଼ା ପଞ୍ଚାୟତରେ ନଦୀ ପାଶ୍ୱର୍ରେ ବୃକ୍ଷରୋପଣ ମହୋତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଅଗ୍ରଣୀ ସମାଜସେବା ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ’ ଓ ଆଞ୍ଚଳିକ ବିକାଶ ପରିଷଦର ମିଳିତ ଉଦ୍ୟମରେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଟିକରପଡ଼ା ଅଧିନସ୍ଥ କଳାସପୁର ଶାସନ ସନ୍ନିକଟ ଗଙ୍ଗୁଆ ନଦୀପାଶ୍ୱର୍ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପରିବେଶବିତ ଡଃ ବିପିନ ବିହାରୀ ମିଶ୍ର ଯୋଗଦେଇ ବୃକ୍ଷରୋପଣର ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ପ୍ରାୟ ତିନି ହଜାର ବୃକ୍ଷରୋପଣ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦର ଶତାଧିକ ସଭ୍ୟବୃନ୍ଦ । ବର୍ଷ ପରେ ବର୍ଷ ଅନୁଷ୍ଠିତ ହେଉଥିବା ଏହି ବୃକ୍ଷରୋପଣ ମହୋତ୍ସବକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ବୃକ୍ଷରାଜିର ରକ୍ଷଣାବେକ୍ଷଣ ନିମନ୍ତେ ନିଜର ପ୍ରତିବଦ୍ଧତା ପ୍ରକଟ କରିଥିଲେ । ଏହି ଉତ୍ସବକୁ ସଫଳ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ସ୍ଥାନୀୟ ବିିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ସମ୍ପାଦକ ଅରୁଣ ପୁରୋହିତ, କୋଷାଧ୍ୟକ୍ଷ ଅକ୍ଷୟ ସ୍ୱାଇଁ ତଥା ଲକ୍ଷ୍ମୀଧର ପ୍ରଧାନ, ପ୍ରଶାନ୍ତ ମିଶ୍ର ଆଦି କର୍ମକର୍ତ୍ତା, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଗୋଲକ ବିହାରୀ ସିଂହ, ଡଃ ଲିଙ୍ଗରାଜ ସାହୁ, ବାଳକୃଷ୍ଣ ରାଉତ, ଦିବ୍ୟଜ୍ୟୋତି ସାହୁ ପ୍ରମୁଖ ବୃକ୍ଷରୋପଣ ଉତ୍ସବରେ ବୃକ୍ଷରୋପଣ କରିବା ସହିତ ଆଗାମୀ ଦିନରେ ଗଙ୍ଗୁଆ କୁଳେ କୁଳେ ଏକ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । କେବଳ ବୃକ୍ଷରୋପଣ ନୁହେଁ, ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ତଥା ପ୍ରାକୃତିକ ପରିବେଶର ସନ୍ତୁଳନ ନିମନ୍ତେ କାର୍ଯ୍ୟ କରିବା ପାଇଁ ମତପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ