ଜିଲ୍ଲାସ୍ତରୀୟ ରୋଟ୍ରାକ୍ଟ ୩୨୬୨ ପ୍ରତିନିଧିଙ୍କ ସଂସ୍ଥାପନ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନରେ ଜିଲ୍ଲାସ୍ତରୀୟ ରୋଟ୍ରାକ୍ଟ ପ୍ରତିନିଧି ସଂସ୍ଥାପନ ଦିବସ ବର୍ଷ (୨୦୨୩-୨୪) ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଡି.ଜି ଜୟଶ୍ରୀ ମହାନ୍ତି, ଡି.ଜି.ଇ ଯଜ୍ଞାଶିଷ ମହାପାତ୍ର, ପି.ଡି.ଆର.ଆର ଆଶୁତୋଷ ରଥ, ଡି.ଆର.ସି.ସି. ଇନ୍ଦ୍ରଜିତ ସାହୁ, ଡି.ଜି ଡଃ ବସି ରେଡୀ (ଆର.ଆଇ.ଡି ୩୧୫୦) ଯୋଗଦେଇ ନୂତନ ଜିଲ୍ଲାସ୍ତରୀୟ ରୋଟ୍ରାକ୍ଟ ପ୍ରତିନିଧି (୨୩-୨୪) ଭାବରେ ଡି.ଆର.ଆର ପ୍ରତ୍ୟୁଷ୍ ଶାହାଙ୍କୁ ଚୟନ କରିଥିଲେ ଓ ସମ୍ବର୍ଦ୍ଧିତ କରିଥିଲେ ।ଏହା ପୂର୍ବରୁ ରୋଟ୍ରାକ୍ଟ ମାନଙ୍କର ଗୋଟିଏ ସଭା ଆୟୋଜନ କରାଯାଇଥିଲା । ଏଥିରେ ବକ୍ତା ଭାବରେ ପି.ଡି.ଆର ପ୍ରଜକ୍ତା ଦେବରାୟ, ପି.ଡି.ଆର.ସି. ପ୍ରସନ୍ନଜିତ ସାହୁ, ରାଜେଶ ଦାସ, ପି.ଡି.ଆର.ଆର ଡଃ ତାପସ କୁମାର ଦାସ ଯୋଗଦେଇ କ୍ଲବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରି କ୍ଲବର ଉନ୍ନତି କିପରି କରାଯାଇପାରିବ ସେଥିନିମନ୍ତେ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପି.ଡି.ଆର ରୂପମ୍ବିକା ପଟ୍ଟନାୟକ ପରିଚାଳନା କରିଥିଲେ । ଜିଲ୍ଲାସ୍ତରୀୟ ବିଭିନ୍ନ ରୋଟ୍ରାକ୍ଟ କ୍ଲବରୁ ୨୦୦ଜଣ ରୋଟ୍ରାକ୍ଟ ମେମ୍ବରମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ଡି.ଏସ୍‌୍‌.ଜି. ସେଲିନା ଖାନ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ