ଟିକସ ଚୋରି ଧରିବେ ଭାରତ-ଆମେରିକା

ନୂଆଦିଲ୍ଲୀ, (ଏଜେନ୍ସି): ଭାରତ ଓ ଆମେରିକାରେ ଏବେବି ବାଣିଜ୍ୟ ଯୁଦ୍ଧ ଜାରି ରହିଛି । ତେବେ ଉଭୟ ଦେଶ ଏସବୁକୁ ବାଦ୍ ଦେଇ ଏକାଠି ହୋଇ ଏଠାରେ କାମ କରୁଥିବା ମଲ୍ଟିନ୍ୟାସ୍ନାଲ୍ କମ୍ପାନୀଗୁଡ଼ିକ ଦ୍ୱାରା ହୋଉଥିବା ଟିକସ ଚୋରୀ ଧରିବାକୁ ନିଷ୍ପତ୍ତି ନେଇଛନ୍ତି । ଟିକସ ଚୋରିରେ ଅଙ୍କୁଶ ଲଗାଇବା ପାଇଁ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣା କରାଯାଇଛି । ଯେଉଁଥିରେ ଟିକସ ରିପୋର୍ଟର ଆଦାନ ପ୍ରଦାନରେ ଚୋରି ଧରାପଡ଼ିବ । ଅର୍ଥମନ୍ତ୍ରଣାଳୟ ଅନୁସାରେ ଦ୍ୱିପକ୍ଷୀୟ ସକ୍ଷମ ପ୍ରାଧିକରଣ ବ୍ୟବସ୍ଥା ସହିତ ଉକ୍ତ ବୁଝାମଣା ଦ୍ୱାରା ଉଭୟ ଦେଶ ବହୁରାଷ୍ଟ୍ରୀୟ (ମଲ୍ଟିନ୍ୟାସ୍ନାଲ୍) କମ୍ପାନୀଗୁଡ଼ିକର ମୂଳ ୟୁନିଟ୍ ଦ୍ୱାରା ସମ୍ବନ୍ଧିତ କ୍ଷେତ୍ରରେ ଜମା କରାଯାଇଥିବା ଦେଶ ମଧ୍ୟରେ (ସିବିସି) ରିପୋର୍ଟର ସ୍ୱତଃ ଆଦାନ ପ୍ରଦାନ ହୋଇପାରିବ । ଏହା ଜାନୁଆରୀ ୧, ୨୦୧୬ ତଥା ଏହାପରେ ବର୍ଷ ସହିତ ସମ୍ପୃକ୍ତ ରିପୋର୍ଟରେ ଲାଗୁ ହେବ । ବୁଝାମଣା ଉପରେ କେନ୍ଦ୍ର ପ୍ରତ୍ୟେକ୍ଷ କର ବୋର୍ଡ଼ (ସିବିଡ଼ିଟି)ର ଅଧ୍ୟକ୍ଷ ପି ସି ମୋଦି ଓ ଭାରତରେ ଆମେରିକୀୟ ରାଜଦୁତ କେନେଥ୍ ଜଷ୍ଟର ଦସ୍ତଖତ କରିଛନ୍ତି । ବୁଝାମଣାର ଲକ୍ଷ୍ୟ ସୀମା ପାରିରେ ହୋଉଥିବା କର ଚୋରୀ ଉପରେ ଅଙ୍କୁଶ ଲଗାଇବା । ଏହାଦ୍ୱାରା ଆମେରିକା ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ହୋଲ୍ଡିଂ ଯୁକ୍ତ ଭାରତୀୟ ଯୁନିଟ୍ ଦ୍ୱାରା ସିବିସି ରିପୋର୍ଟ ସ୍ଥାନୀୟ ସ୍ତରରେ ଜମା କରିବାର ଆବଶ୍ୟକ ହେବ ନାହିଁ । ଏଥିସହିତ ସମ୍ବନ୍ଧିତ ୟୁନିଟ୍ରେ ବୋଝ କମ୍ ରହିବ । ଭାରତ ସିବିସି ରିପୋର୍ଟର ଆଦାନପ୍ରଦାନକୁ ନେଇ ପୂର୍ବରୁ ହିଁ ବହୁପକ୍ଷୀୟ ଯୋଗ୍ୟ ପ୍ରାଧିକରଣ ବୁଝାମଣା (ଏମ୍ସିଏଏ)ରେ ଦସ୍ତଖତ କରିସାରିଛି । ଏହା ଦ୍ୱାରା ୬୨କ୍ଷେତ୍ର ସହିତ ରିପୋର୍ଟର ଆଦାନ ପ୍ରଦାନ ହୋଇପାରିବ । ବହୁରାଷ୍ଟ୍ରୀୟ କମ୍ପାନୀର ମୂଳ ୟୁନିଟ୍କୁ ସେହି କ୍ଷେତ୍ରରେ ନିର୍ଦ୍ଧାରିତ ପ୍ରାଧିକରଣ (ଅଥୋରାଇଜେସନ୍) ନିକଟରେ ସିବିସି ରିପୋର୍ଟ ଜମା କରିବାକୁ ହୋଇଥାଏ, ଯେଉଁ ସ୍ଥାନର ସେ ବାସିନ୍ଦା । ବିଭିନ୍ନ ଦେଶ ମଧ୍ୟରେ ଏହି ପ୍ରକାରର ରିପୋର୍ଟର ଆଦାନ ପ୍ରଦାନ ଆଇସିଡ଼ି/ଜି-୨୦ ବିଇପିଏସ୍ (ଆଧାର କ୍ଷରଣ ଓ ଲାଭର ହସ୍ତାନ୍ତରଣ)ରେ ହୋଇଥାଏ । ସିବିସି ରିପୋର୍ଟରେ କୌଣସି ବି ବହୁରାଷ୍ଟ୍ରୀୟ କମ୍ପାନୀର ଦେଶ ଆଧାରାରେ ସୂଚନା ରହିଥାଏ । ଏଥିରେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ଆୟର ବିଶ୍ୱସ୍ତରୀୟ ଆବଣ୍ଟନ, କର ପେମେଣ୍ଟ ତଥା କିଛି ଅନ୍ୟ ସଙ୍କେତ ସମ୍ବନ୍ଧରେ ସୂଚନା ରହିଥାଏ । ଏଥିରେ ସମୂହର ସମସ୍ତ କମ୍ପାନୀଗୁଡ଼ିକର ତାଲିକା ରହିଥାଏ । ଯାହାକି କ୍ଷେତ୍ର ବିଶେଷରେ ପରିଚାଳନା କରିଥାଏ । ଏହି ସମସ୍ତ ୟୁନିଟ୍ର ମୁଖ୍ୟ ବ୍ୟବସାୟିକ ଗତିବିଧିର ପ୍ରବୃତି ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ