‘ଟିପିଏନଓଡିଏଲ’ ପକ୍ଷରୁ ଲାଇନ ମ୍ୟାନ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):୫୨ତମ ଜାତୀୟ ନିରାପତ୍ତା ସପ୍ତାହ ଅବସରରେ ଟାଟା ପାୱାର ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) ପକ୍ଷରୁ ଲାଇନ ମ୍ୟାନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ହୋଟେଲ ହରି ପ୍ଲାଜା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ‘ଟିପିଏନଓଡିଏଲ’ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାସ୍କର ସରକାର ଯୋଗଦେଇ ନିରାପତ୍ତା ଦିବସ ପାଳନର ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେବା, ସୁରକ୍ଷା ଓ ସ୍ୱାଭିମାନର ବାର୍ତ୍ତା ଟାଟା ଗ୍ରୁପର ମୂଳମନ୍ତ୍ର ବୋଲି ସେ କହିଥଲେ । ଏହି ଆଧାରରେ ସଂସ୍ଥାର କର୍ମଚାରୀମାନଙ୍କୁ ପ୍ରେତ୍ସାହିତ କରଯାଉଥିବା ଶ୍ରୀ ସରକାର କହିଥିଲେ । ଟାଟା ପାୱାରର ବିଦ୍ୟୁତ ବିତରଣ ସେବାରେ ଲାଇନ ମ୍ୟାନମାନେ ପ୍ରମୁଖ ଅଙ୍ଗ ହୋଇଥିବା ବେଳେ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି ବୋଲି ବୋଲି ସେ ସୂଚନା ଦେଇଥିଲେ । ଟିପିଏନଓଡିଏଲର ଚିଫ ଅଫ କମର୍ସିଆଲ ଦୁଷ୍ୟନ୍ତ କୁମାର ତ୍ୟାଗୀ, ଚିଫ ଅଫ ଅପରେସନ ନୀଲେଶ ଫୋଟଫୋଡେ, ମାନବ ସମ୍ବଳ ଓ ବ୍ୟବସ୍ଥାପନ ବିଭାଗ ମୁଖ୍ୟ ଶ୍ରୀବଲ୍ଲଭ ସିଂହ, ବାଲେଶ୍ୱର ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ, ବାଲେଶ୍ୱର ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମରେଶ୍ୱର ଶତପଥି, କେନ୍ଦ୍ରୀୟ ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପୁହାଣ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କର୍ମଚାରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ‘ଟିପିଏନଓଡିଏଲ’ରେ କାର୍ଯ୍ୟରତ ବିଭିନ୍ନ ଡିଭିିଜନର ବହୁ ଲାଇନମ୍ୟାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସୁରକ୍ଷା ନିୟମ ପାଳନ ପାଇଁ ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ