ଟିଭିଏସ୍ ଭିକ୍ଟରରେ ସିଙ୍କ୍ରୋନାଇଜଡ୍ ବ୍ରେକିଂ ପ୍ରଯୁକ୍ତିର ବ୍ୟବହାର
ନୂଆଦିଲ୍ଲୀ, (ଏଜେନ୍ସି): ଦେଶର ଅଗ୍ରଣୀ ଦୁଇଚକିଆ ଏବଂ ତିନି ଚକିଆ ନିର୍ମାତା ଟିଭିଏସ୍ ମୋଟର କମ୍ପାନୀ ତରଫରୁ ଏହାର ମୋଟରସାଇକଲ୍ ଟିଭିଏସ୍ ଭିକ୍ଟରରେ ସିଙ୍କ୍ରୋନାଇଜଡ୍ ବ୍ରେକିଂ ପ୍ରଯୁକ୍ତି (ଏସ୍ବିଟି)କୁ ବ୍ୟବହାର କରାଯାଇଛି । ଏହି ପ୍ରଯୁକ୍ତିର ସବୁଠୁ ବଡ଼ ଲାଭ ହେଉଛି ବ୍ରେକ୍ ଲଗାଇବା ବେଳେ ଦୂରତାକୁ ଏହା କମାଇଦେବ ଏବଂ ଗାଡ଼ିର ସ୍ଥିରତା ବଜାୟ ରଖିବ । ଏହି ପ୍ରଯୁକ୍ତିରେ ଯେତେବେଳେ ପଛ ବ୍ରେକ୍ ବ୍ୟବହାର କରାଯାଏ, ଆଗ ବ୍ରେକ ଆପେ ଆପେ ବ୍ୟବହାର ହୋଇଯାଏ । ଏହି ପ୍ରଯୁକ୍ତିରେ ବ୍ରେକିଂ ଦୂରତା ୧୦% କମିଯିବ । ଟିଭିଏସ୍ ଭିକ୍ଟରର ୧୧୦ ସିସି ଇଞ୍ଜିନ ଉକ୍ରୃଷ୍ଟ ପ୍ରଦର୍ଶନ କରୁଥିବା ବେଳେ ଜବରଦସ୍ତ ମାଇଲେଜ୍ ପ୍ରଦାନ କରୁଛି । ଏଥିରେ ୩ ୱାଲ୍ଭ ଅଏଲ୍ କୁଲଡ ଇଞ୍ଜିନ ଲଗାଯାଇଛି । ଏହା ବ୍ୟତୀତ ଇଲେକ୍ଟ୍ରିକ୍ ଷ୍ଟାର୍ଟ ଏବଂ ୪ ସ୍ପିଡ୍ ପାୱାରଟ୍ରେନ୍ ରହିଛି ଯାହା ଉନ୍ନତ ୯.୫ ପିଏସ୍ ଅ୭୫୦୦ଆର୍ପିଏମ୍ର ଶକ୍ତି ଏବଂ ୯.୪ ଏନ୍ଏମ୍ ଅ ୬୦୦୦ଆର୍ପିଏମ୍ର ଟର୍କ ଉତ୍ପନ୍ନ କରୁଛି । ଏଥିରେ ଡୁଆଲ୍ ସ୍ପ୍ରିଙ୍ଗ ସିରିଜ୍ ସସ୍ପେନ୍ସନ୍ ସହିତ ଲମ୍ବା ସିଟ୍ ରହିଛି । ଏହାର ଗ୍ରାଫିକ୍ ଅତ୍ୟନ୍ତ ଜୀବନ୍ତ ହୋଇଥିବା ବେଳେ ଏଲ୍ଇଡି ଡିଆରଏଲ୍ ଗାଡ଼ିକୁ ଅଧିକ ସୁନ୍ଦର କରିଛି । ଟିଭିଏସ୍ ଭିକ୍ଟରର ପ୍ରିମିୟମ୍ ଏଡ଼ିସନ୍ରେ କ୍ରୋମ୍ ସାଇଡ୍ କଭର, କ୍ରୋମ୍ କ୍ରାଶ ଗାର୍ଡ଼, ଗୋଲ୍ଡେନ କେସ୍ ଇଞ୍ଜିନ କଭର, ଷ୍ଟାଇଲିସ ଗ୍ରାଫିକ୍ସ ଓ ଡୁଆଲ ଟୋନ ସିଟ୍ ବ୍ୟବହାର କରାଯାଇଛି । ଏହା ବ୍ଲାକ ଗୋଲ୍ଡ, ରେଡ଼ ଗୋଲ୍ଡ, ମେଟ୍ ବ୍ଲ୍ୟୁ ଏବଂ ମେଟ୍ ସିଲଭର ରଙ୍ଗରେ ଉପଲବ୍ଧ ହେଉଛି । ମୋଟରସାଇଲ ବ୍ଲିସଫୁଲ ବ୍ଲ୍ୟୁ, ଜେନରସ ଗ୍ରେ, ବିଟିଫିକ ବ୍ଲାକ ସିଲଭର, ରେଷ୍ଟଫୁଲ ରେଡ ଏବଂ ବାଲାନ୍ସଡ ବ୍ଲାକ ରଙ୍ଗରେ ଉପଲବ୍ଧ ହେଉଛି । ଟିଭିଏସ୍ ଭିକ୍ଟର ଏସ୍ବିଟି ଉଭୟ ଡିସ୍କ ଏବଂ ଡ୍ରମ ଭାରିଆଣ୍ଟରେ ମିଳୁଛି । ଡ୍ରମ ମୋଡ଼େଲର ଏକ୍ସ ସୋ’ରୁମ ମୂଲ୍ୟ (ଦିଲ୍ଲୀ) ୫୪,୬୮୨ ଟଙ୍କା ହୋଇଥିବା ବେଳେ ଡିସ୍କ ମଡେଲ ମୂଲ୍ୟ ୫୬,୬୮୨ ଟଙ୍କା ଏବଂ ଡିସ୍କ ପ୍ରିମିୟମ ଏଡିସନର ମୂଲ୍ୟ ୫୭,୬୬୨ ଟଙ୍କା ରହିଛି ।


