ଟିଭିଏସ୍ ରାଡେନ ବିକ୍ରି ୧ ଲକ୍ଷ ଅତିକ୍ରମ କଲା
ନୂଆଦିଲ୍ଲୀ, (ଏଜେନ୍ସି): ଦୁଇ ଚକିଆ ଓ ତିନି ଚକିଆ ଯାନ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ କମ୍ପାନୀ ଟିଭିଏସ୍ ମୋଟର କମ୍ପାନୀର ୧୧୦ ସିସି ମୋଟରସାଇକେଲ ଟିଭିଏସ୍ ରାଡ଼େନ୍ ବିକ୍ରି ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି ।ଏହି ତଥ୍ୟ କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । କମ୍ପାନୀ ପ୍ରସ୍ତୁତ ମୋଟର ସାଇକେଲରେ ଏକାଧିକ ନୂଆ ବ୍ୟବସ୍ଥା ରହିଛି । ଏହା ଚଳାଇବା ପାଇଁ ବେଶ ଆରାମଦାୟକ । ବଜାରକୁ ଆସିବାର ମାତ୍ର ୭ ମାସ ମଧ୍ୟରେ ଟିଭିଏସ୍ ରାଡ଼େନ୍ ଗାଡ଼ି ପ୍ରତି ଗ୍ରାହକଙ୍କ ଚାହିଦା ବୃଦ୍ଧି ପାଇଛି । ବିଗତ ମାସ ମଧ୍ୟରେ ଟିଭିଏସ୍ ରାଡ଼େନ୍ ପ୍ରତି ଗ୍ରାହକୀୟ ଚାହିଦା ବିଶେଷ ଭାବେ ବୃଦ୍ଧି ପାଇଛି । ଫଳରେ ଗାଡ଼ି ପ୍ରଶଂସା ଓ ପୁରସ୍କାରର ପାତ୍ର ହୋଇଛି । ଟିଭିଏସ୍ ରାଡ଼େନ ‘ବୁଲଣ୍ଡ’ ମୂଲ୍ୟର ପ୍ରତୀକ ଏବଂ ଏହା ଭାରତୀୟ ଗ୍ରାହକଙ୍କ ଆକାଂକ୍ଷିତ ବସ୍ତୁ । ଏଥିରେ ସିଙ୍କ୍ରୋନାଇଜ ବ୍ରେକିଙ୍ଗ ପ୍ରଯୁକ୍ତି ରହିଛି । ଏହା ବ୍ରେକିଙ୍ଗ ଦୂରତା ହ୍ରାସ କରିଥାଏ ଓ ଗାଡ଼ିରେ ସ୍ଥିରତା ଆଣିଥାଏ । ଏହା ଅନ୍ୟ ବ୍ରେକ ତୁଳନାରେ ୧୦% ଦୂରତା ହ୍ରାସ କରିବାରେ ସମର୍ଥ ହୋଇଥାଏ । କ୍ଲାସିକ ରାଡ଼େନ ଦେଖିବାକୁ ପାରମ୍ପରିକ ଶୈଳୀ ଓ ପେଟ୍ରୋଲ ଟାଙ୍କି ରିବଡ଼ ଥାଇ ପ୍ୟାଡ଼ ପରି ଆକର୍ଷଣୀୟ । ଏଥିରେ କ୍ରୋମ ଫିନସ୍ଡ଼ ସ୍ପିଡ଼ୋମିଟର, ସକ୍ ଆବଜରଭର ଓ ସାଇଲେନସର୍ ରହିଛି । ଏହି ଇଞ୍ଜିନ ଶକ୍ତିଶାଳୀ ଓ ଏଥିରେ କମ୍ ଇନ୍ଧନ ଖର୍ଚ୍ଚ ହୋଇଥାଏ । ଏହାର ଶକ୍ତି ୮.୪ ପିଏସ୍ ଅ ୭୦୦୦ ଆରପିଏମ୍ । ଟିଭିଏସ୍ ରାଡ଼େନ୍ର ତୈଳ ଟାଙ୍କିର କ୍ଷମତା ୧୦ ଲିଟର । ଏହି ଗାଡ଼ି ଲିଟର ପିଛା ୬୯.୩ କିଲୋମିଟର ଯାତ୍ରା କରିଥାଏ । ଗାଡ଼ିରେ ୫ ବର୍ଷର ୱରେଣ୍ଟି ରହିଛି । ଏହା ଧଳା, କଳା, ପର୍ପଲ ଓ ବେଗ୍ ରଙ୍ଗରେ ଉପଲବ୍ଧ ।


