୯ ମାସର ନିମ୍ନତମ ସ୍ତରରେ ସୁନା
ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରରେ ସୁନାରେ ବୃଦ୍ଧି ମଧ୍ୟରେ ସ୍ଥାନୀୟ ଅଳଙ୍କାର ଚାହିଦା କମିବା ଯୋଗୁୂଁ ଗୁରୁବାର ଏଥିରେ ହ୍ରାସ୍ ଦେଖିବାକୁ ମିଳିଛି । ଦିଲ୍ଲୀ ସର୍ଫା ବଜାରରେ ସୁନା ୧୦ଗ୍ରାମ୍ ପ୍ରତି ୮୦ ଟଙ୍କା ହ୍ରାସ୍ ପାଇ ୩୨,୬୭୦ଟଙ୍କାରେ ରହିଛି । ଅଖିଳ ଭାରତୀୟ ସର୍ଫା ସଂଘ ଏହି ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା କମିବା ଯୋଗୁଁ ରୁପା କିଲୋପ୍ରତି ୯୦ଟଙ୍କା ହ୍ରାସ୍ ସହିତ ୩୮,୩୩୦ ଟଙ୍କାରେ ବିକ୍ରି ହୋଇଛି । ବିଶ୍ୱର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ପାଖାପାଖି ଏକ ସପ୍ତାହ ନିମ୍ନତମ ସ୍ତରରେ ରହିବା ଯୋଗୁଁ ବିଦେଶରେ ସୁନା ୦.୪୦ଡଲାର ବୃଦ୍ଧି ପାଇ ଆଉନ୍ସ ପ୍ରତି ୧,୨୯୧.୧୦ ଡଲାରରେ ରହିଛି । ଜୁନ୍ର ଆମେରିକା ସୁନା ମଧ୍ୟ ୦.୪୦ଡଲାର ବୃଦ୍ଧିରେ ଆଉନ୍ସ ପ୍ରତି ୧,୨୯୫.୭୦ଡଲାରରେ ରହିଛି । ବଜାରରେ ବିଶ୍ଳେଷକଙ୍କ ଅନୁସାରେ ଡଲାରରେ ହୋଇଥିବା ହ୍ରାସ୍ ଯୋଗୁଁ ଅନ୍ୟାନ୍ୟ ମୁଦ୍ରା ଯୁକ୍ତ ଦେଶ ପାଇଁ ସୁନା ଆମଦାନୀ ଶସ୍ତା ହୋଇଛି । ଏହାଦ୍ୱାରା ଚାହିଦା ସହିତ ମୂଲ୍ୟ ମଧ୍ୟ ବଢ଼ିଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ରୁପାରେ ହ୍ରାସ୍ ଘଟିଛି । ରୁପା ୦.୦୫ଡଲାର ହ୍ରାସ୍ରେ ଆଉନ୍ସ ପ୍ରତି ୧୫.୦୭ଡଲାରରେ ରହିଛି ।


