ଟିମ୍ ଇଣ୍ଡିଆର ଦମଦାର ବିଜୟ
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ମ୍ୟାନ ଇନ୍ ବ୍ଲୁ ୨୦୩ ରନ୍ ବଡ ବ୍ୟବଧାନରେ ମାତ୍ ଦେଇଛି । ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମରୁ ଦଳକୁ ଭଲ ଷ୍ଟାଟ୍ ମିଳିଥିଲା । ଓପିନଂ ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମା (୧୭୬) ଓ ମାୟଙ୍କ ଅଗ୍ରୱାଲ ଙ୍କ (୨୧୫) ରନ୍ ବଳରେ ପ୍ରଥମ ଇନିଂସ ରେ ୫୦୧ ରନ୍ କରିପାରିଥିଲା । ଏହାର ଜବାବରେ ଡିନ୍ ଏଲଗାରଙ୍କ (୧୬୦) ଏବଂ ଡିକକ୍ ଙ୍କ (୧୧୧) ସତ୍ତ୍ୱ ଦକ୍ଷିଣ ଆଫ୍ରିକା ୭୧ ରନ୍ ପଛରେ ରହିଥିଲା । ପ୍ରଥମ ଇନିସଂରେ ରବିଚନ୍ଦ୍ରନ ଅଶ୍ୱନୀ ଙ୍କ ସାଳିତ ବୋଲିଙ୍ଗ୍ କରି ୭ ୱିକେଟ ଅକ୍ତିିଆର କରିଥିଲେ । ଅନ୍ୟପଟେ ଦ୍ୱିତୀୟ ଇଂନିସରେ ଭାରତ ଆକ୍ରମଣତାତ୍ମକ ବେଟିଂ ଦେଖିବାକୁ ମିଳିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ବିସ୍ପୋରକ ୧୧୮ ରନ ସଂଗ୍ରହ କରିବା ସହ ପୁଜାରା ମୁଲ୍ୟବାନ ୮୪ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଆଗରେ ୩୨୩ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଟିମ୍ ଇଣ୍ଡିଆ । ଯବାବରେ ଦକ୍ଷିଣ ଆଫ୍ରିକା ଭାରତୀୟ ଦଳର ଘାତକ ବୋଲିଂ କୁ ସାମ୍ନା କରିନପାରି ୧୯୧ ରନରେ ଅଲଆଉଟ୍ ହୋଇଯାଇଥିଲା ।


