ଟିଲୋରେ ଶ୍ରୀରାମ ନବମୀ ପୂଜା ମହାସମାରୋହରେ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ଠାରେ ୪୭ତମ ଶ୍ରୀରାମ ନବମୀ ପୂଜା ମହାସମାରୋହରେ ପାଳିତ ହେଉଛି । ଏହି ପୂଜା ୪ ଦିନ ଧରି ଚାଲିବ । ଏହି ପୂଜାକୁ ପ୍ରଥମେ ଟିଲୋ ଗ୍ରାମର ଶୁକଦେବ ଖୁଣ୍ଟିଆ, ଗଦାଧର ଲେଙ୍କା, ଗୌରହରି ବେହେରା, ଅନିରୁଦ୍ଧ ସ୍ୱାଇଁ, କୃପାସିନ୍ଧୁ ସାମଲ, ଜଗବନ୍ଧୁ ଖୁଣ୍ଟିଆ, ଦେବେନ୍ଦ୍ରନାଥ ସାହୁଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା । ଉକ୍ତ ପୂଜା ଉତ୍ସବକୁ ବଡସାହି, ମାଳିସାହି, କୁଶବେଣ୍ଟି ଗ୍ରାମର ସମସ୍ତ ଜନସାଧାରଣ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲେ । ପ୍ରାକ୍ତନ ସରପଞ୍ଚ କାଳନ୍ଦି ବେହେରା, ଅର୍ଜ୍ଜୁନ ଚରଣ ପଣ୍ଡା, ଟିକୁ ସ୍ୱାଇଁ, ଶ୍ୟାମ ସୁନ୍ଦର ସାମଲ, ଭାଗିରଥି ଖୁଣ୍ଟିଆ, ଉପେନ୍ଦ୍ରନାଥ ସାହୁ, ଘନଶ୍ୟାମ ସା, ହାଡିବନ୍ଧୁ ଲେଙ୍କା, ବାବାଜି ଚରଣ ରାଉତ, ନନ୍ଦ ଖିଲାର, ବ୍ରହ୍ମାନନ୍ଦ ବିଶ୍ୱାଳ, ଅକ୍ରୁର ବିଶ୍ୱାଳ, ଦୋଳଗୋବିନ୍ଦ ସାହୁ, ମଣିଭଦ୍ର ପାତ୍ର, ଧନେଶ୍ୱର ଜେନା, ବାବାଜି ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ପୂଜା ଦୀର୍ଘ ୪୭ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଶ୍ରୀରାମ ନବମୀ ଦିନ ପ୍ରତ୍ୟୁଷରୁ ବୁଡି ପୋଖରୀରୁ କଳସ ଶୋଭାଯାତ୍ରାରେ ଅଣାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଡସାହି, ମାଳିସାହି ଗ୍ରାମର ଯୁବକ ମାନେ ଉତ୍ସାହର ସହିତ ଜୟ ଶ୍ରୀରାମ ଧ୍ୱନି ଦେଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପରେ ପହଞ୍ôଚଥିଲେ । ପୂଜକ ଭାସ୍କର ଚନ୍ଦ୍ର ଶତପଥିଙ୍କ ଦ୍ୱାରା ପୂଜା କାର୍ଯ୍ୟ ସଂପାଦନ ହେଉଛି । ଗ୍ରାମର ବିଦ୍ୟାଧର ଲେଙ୍କା, ମୁନା ଖିଲାର, ଗୌରାଙ୍ଗ ପାତ୍ର କଳସ ଧାରଣ କରିଛନ୍ତି । ପୂଜା କାର୍ଯ୍ୟ ପରିଚାଳନାରେ ପୂଜା କମିଟିର ସଭାପତି ମାଧବାନନ୍ଦ ବିଶ୍ୱାଳ, ସଂପାଦକ ମଧୁସୂଦନ ସାମଲ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପ୍ରାକ୍ତନ ସରପଞ୍ଚ ପଙ୍କଜିନୀ ଲେଙ୍କା, ପ୍ରହଲ୍ଲାଦ ଖୁଣ୍ଟିଆ, ମନୋରଂଜନ ସାହୁ, ଟିଲୋ ଆଥଲେଟିକ୍ ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ, ମଣି ଚରଣ ସାହୁ, ଆଲୋକ ରାଉତ, ନିରୋଦ ଜେନା, ପ୍ରଣବ କିଶୋର ଲେଙ୍କା, ଚଗୁଲ ପୃଷ୍ଟି, ଶଶୀଭୂଷଣ ଖିଲାର, ସନାତନ ରାଉତ, ପ୍ରଦୀପ ପଢିଆରୀ, ସଂଜୟ ସାମଲ, ସୁକାନ୍ତ ସାହୁ, ଅନିତ ପଢିଆରୀ, କ୍ଷିରୋଦ ରାଉତ, ସନାତନ ବିଶ୍ୱାଳ, ବିଶ୍ୱଜିତ ବିଶ୍ୱାଳ, କାଳନ୍ଦି ପଢିଆରୀ, ନିରଂଜନ ଲେଙ୍କା, ଲାଲା ସ୍ୱାଇଁ, ସୌର ଖୁଣ୍ଟିଆ, ବିପ୍ର ଚରଣ ଜେନା, ନିରାକାର ଜେନା, ହରିହର ଜେନା, କାହ୍ୁ ଚରଣ ଜେନା, ଅଧି ଦାଶ, ମଧୁ ଦାଶ, ଚଗୁଲ ବେହେରା, ମଳୟ ଦାଶ, ଦୋଳଗୋବିନ୍ଦ ଲେଙ୍କାଙ୍କ ସମେତ ୩ ଗ୍ରାମର ଲୋକ ମାନେ ସହଯୋଗ କରୁଛନ୍ତି ।