ଟିଲୋ ହାଇସ୍କୁଲ ପାଇଲା ଫିଟ୍ ଇଣ୍ଡିଆ ପୁରସ୍କାର

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ଦୁଇଟି ବିଦ୍ୟାଳୟକୁ ଫିଟ୍ ଇଣ୍ଡିଆ ପୁରସ୍କାର ପ୍ରଦାନ କରାଯାଇଛି । ସେଥିମଧ୍ୟରେ କାଦବରାଙ୍ଗ ଉଚ୍ଚ ବିଦ୍ୟାଳୟ ଓ ଟିଲୋ ଉଚ୍ଚ ବିଦ୍ୟାଳୟ ରହିଛି । ଭଦ୍ରକ ଠାରେ ଆୟୋଜିତ ଉତ୍ସବରେ ଟିଲୋ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ ଜିଲାପାଳଙ୍କ ଠାରୁ ମାନପତ୍ର ଓ ପୁରସ୍କାର ରାଶି ଗ୍ରହଣ କରିଥିଲେ । ଏହି ସଫଳତା ପାଇଁ ବିଇଓ ଅଧିର କୁମାର ତରାଇ, ବିଆରସିସି ଅମୂଲ୍ୟ କୁମାର ମିଶ୍ର, ସିଆରସିସି ଏବଂ ଟିଲୋ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ପକ୍ଷରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଧନ୍ୟବାଦ ଅର୍ପଣ କରାଯିବା ସହ ଅଞ୍ଚଳବାସୀଙ୍କ ପକ୍ଷରୁ ସରକାରଙ୍କୁ କୃତଜ୍ଞତା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ