ଟି-୨୦ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କଲେ ଡେଭିଡ ୱାର୍ଣ୍ଣର

ଆଡିଲେଡ: ଅଷ୍ଟ୍ରେଲିଆର ବିସ୍ଫାରକ ବ୍ୟାଟସ୍ମ୍ୟାନ୍ ଡେଭିଡ ୱାର୍ଣ୍ଣର ନିଜ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀକ ଶତକ ରବିବାର ହାସଲ କରିଛନ୍ତି । ୱାର୍ଣ୍ଣର ୫୬ଟି ବଲ୍ ଖେଳି ଅପରାଜିତ ଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆର ଓପନର ୧୦ଟି ଚୌକା ଓ ୪ଟି ଛକା ସହାୟତାରେ ଏହି ରନ୍ କରିଛନ୍ତି । ଅଷ୍ଟ୍ରେଲିଆ ୨୦ ଓଭରରେ ୨ଟି ୱିକେଟ ହରାଇ ୨୩୩ ରନ୍ କରିଥିଲା । ଟିମ୍ ପକ୍ଷରୁ ଆରାନ ଫିଞ୍ଚ (୬୪ ରନ୍, ୩୬ ବଲ, ୮ ଚୌକା, ୬ ଛକା), ଗ୍ଲେନ ମେକସ୍ୱେଲ୍ (୬୨ ରନ୍, ୨୮ ବଲ, ୭ ଚୌକା, ୩ ଛକା) ଓ ଅଷ୍ଟନ ଟର୍ଣ୍ଣନ ୧ ରନ୍ କରିଥିଲେ । ୱାର୍ଣ୍ଣରଙ୍କୁ ଆଉଟ କରିବାରେ ଶ୍ରୀଲଙ୍କାର ବୋଲରମାନେ ବିଫଳ ହୋଇଥିଲେ । ସମସ୍ତ ୨୦ ଓଭଲ ପର୍ଯ୍ୟନ୍ତ ଖେଳିବା ପାଇଁ ୱାର୍ଣ୍ଣର ଥିଲେ । ଅନ୍ୟ ଦିନ ତୁଳନାରେ ରବିବାର ଦିନ ୱାର୍ଣ୍ଣର ଏକ ଭିନ୍ନ ଚିନ୍ତାରେ କ୍ରିଜରେ ଛିଡ଼ା ହୋଇଥିଲେ । ଶ୍ରୀଲଙ୍କାର ଲଖନ ସନ୍ଦକାନ ଓ ଦାସୁନ ଶନକା ୧-୧ ୱିକେଟ୍ ନେଇଥିଲେ । ଦ୍ୱିତୀୟ ଇନିଂସରେ ୨୩୪ ରନ୍ ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ୯ଟି ୱିକେଟ୍ ହରାଇ ୯୯ ରନ୍ ହାସଲ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ