ଟୁକୁଣାରେ ରାହାସ ଉତ୍ସବ ଉଦ୍ଯାପିତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ୍ ବଡରମ୍ପାସ ପଞ୍ଚାୟତ ଟୁକୁଣା ଗ୍ରାମରେ ଚାଲିଥିବା ରାହାସ ପୂର୍ଣ୍ଣିମା ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଦୀର୍ଘ ୨୫ ବର୍ଷ ଧରି ଏହି ପୂଜାତ୍ସୋବ ଅନୁଷ୍ଠିତ ହେଉଥିବାବେଳେ ଚ଼ଳିତ ବର୍ଷ ମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା। ରାଧାକୃଷ୍ଣ ପୂଜା ସହ ବୋଇତ ବନ୍ଦାଣ ଓ ସାଂସ୍କୃତିକ ସ୍ୱରୂପ ଭଜନ ସନ୍ଧ୍ୟା ପରିବେଷଣ ହୋଇଥିଲା। ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସୁରେନ୍ଦ୍ର କୁମାର ଜେନା, ଭଗବାନ ନାୟକ, ଦେବେନ୍ଦ୍ର କୁମାର ଜେନା, ଜିତେନ କୁମାର ଧଳ, ସଂଗ୍ରାମ କେଶରୀ ଜେନା, ସୁଧାଂଶୁ ଶେଖର ବିଶ୍ୱାଳ, ନବଘନ ନାୟକ, ସତ୍ୟବ୍ରତ ବିଶ୍ୱାଳ, ଅମରେନ୍ଦ୍ର ଧଳ, ପାପୁନ ସା, ଜ୍ୟୋତି ରଞ୍ଜନ ଧଳ, ହେମନ୍ତ କୁମାର ଜେନା, ବିଶ୍ଵଜିତ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


